ରାଉରକେଲା ପରେ କଣ୍ଟାବାଞ୍ଜିରେ ଝାଡ଼ାବାନ୍ତି ,୨ ମୃତ
କଣ୍ଟାବାଞ୍ଜି : ରାଉରକେଲା ପରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତି ଆତଙ୍କ । ଏଥିରେ ଆକ୍ରାନ୍ତ ହୋଇ ୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୪ରୁ ଊର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ସିଡିଏମଓ । ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଉ […]
କଣ୍ଟାବାଞ୍ଜି : ରାଉରକେଲା ପରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତି ଆତଙ୍କ । ଏଥିରେ ଆକ୍ରାନ୍ତ ହୋଇ ୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୪ରୁ ଊର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ସିଡିଏମଓ । ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୨ ଜଣ ଚିକତ୍ସାଧୀନ ଥିବା ବେଳେ ବାକି ୨ ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଥିବା ସୂଚନା ରହିଛି । ମୃତକ ହେଲେ ଟିଟିଲାଗଡ଼ ବ୍ଲକ ପୁଡାପଦର ଗାଁର ଚାନ୍ଦିନୀ ସାହୁ ଏବଂ ମୁରିବାହାଲ ବ୍ଲକ ମାଲିବାହାଲ ଗାଁର ସନ୍ତୋଷ ମାଝୀ।




