ଜଗା ଦର୍ଶନ ପରେ ମନ୍ଦିର ବେଢାରେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ : ଜାଗା ଦର୍ଶନ ହେଲା ଶେଷ ଦର୍ଶନ I ଜଗା ଦର୍ଶନର କିଛି ସମୟ ପରେ ମନ୍ଦିର ବେଢାରେ ଚାଲି ଯାଇଛି ହବିଷ୍ୟାଳୀଙ୍କ ଜୀବନ । ପୁରୀ ହସ୍ପିଟାଲରେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ମିଳିଥିବା ଖବର ଅନୁସାରେ ହବିଷ୍ୟାଳୀ ଜଣଙ୍କ ୭୩ବର୍ଷିୟ ଫକୀର ଧଳୁଆ । ତାଙ୍କ ଘର ନୟାଗଡ ଜିଲ୍ଳାରେ । ସେ ପଞ୍ଚୁୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡିଭୋରୁ ଶ୍ରୀମନ୍ଦିରକୁ ଯାଇଥିଲେ । ଆଉ ମହାପ୍ରଭୁଙ୍କ ଦର୍ଶନ କରିବା […]

Samaya Live Picture
Published On

ପୁରୀ : ଜାଗା ଦର୍ଶନ ହେଲା ଶେଷ ଦର୍ଶନ I ଜଗା ଦର୍ଶନର କିଛି ସମୟ ପରେ ମନ୍ଦିର ବେଢାରେ ଚାଲି ଯାଇଛି ହବିଷ୍ୟାଳୀଙ୍କ ଜୀବନ । ପୁରୀ ହସ୍ପିଟାଲରେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।
ମିଳିଥିବା ଖବର ଅନୁସାରେ ହବିଷ୍ୟାଳୀ ଜଣଙ୍କ ୭୩ବର୍ଷିୟ ଫକୀର ଧଳୁଆ । ତାଙ୍କ ଘର ନୟାଗଡ ଜିଲ୍ଳାରେ । ସେ ପଞ୍ଚୁୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡିଭୋରୁ ଶ୍ରୀମନ୍ଦିରକୁ ଯାଇଥିଲେ । ଆଉ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମନ୍ଦିର ପରିସରରେ ଥିବା ଉପବନରେ ବସିଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ । ତାପରେ ତାଙ୍କୁ ପୁରୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।

Tags: