ଡେଙ୍ଗୁ ପରେ ରାଜ୍ୟରେ ଚିନ୍ତା ବଢ଼ାଇଲା ‘ସ୍କ୍ରବ ଟାଇଫସ’
ଭୁବନେଶ୍ୱର : ଡେଙ୍ଗୁ ପରେ ରାଜ୍ୟରେ ଚିନ୍ତା ବଢ଼ାଇଲା’ସ୍କ୍ରବ ଟାଇଫସ’ ଜ୍ୱର I ଏହା ଚିଗର ନାମକ କୀଟ କାମୁଡ଼ିଲେ ଏହି ଜ୍ୱର ହୋଇଥାଏ I ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବ I ଏହା ଏକ ସଂକ୍ରମିତ ଜ୍ୱର ଇ ଠିକଣା ସମୟରେ ଚିକିତ୍ସା ନକରାଇଲେ ରୋଗୀର ମୃତ୍ୟୁ ଘଟିପାରେ ବୋଲି ବୟାନ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ଏହି ଜ୍ୱର ସଂକ୍ରମଣ ନେଇ ସେ ରାଜ୍ୟବାସୀଙ୍କୁ ସାବଧାନ ରହିବାକୁ […]
ଭୁବନେଶ୍ୱର : ଡେଙ୍ଗୁ ପରେ ରାଜ୍ୟରେ ଚିନ୍ତା ବଢ଼ାଇଲା’ସ୍କ୍ରବ ଟାଇଫସ’ ଜ୍ୱର I ଏହା ଚିଗର ନାମକ କୀଟ କାମୁଡ଼ିଲେ ଏହି ଜ୍ୱର ହୋଇଥାଏ I ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବ I ଏହା ଏକ ସଂକ୍ରମିତ ଜ୍ୱର ଇ ଠିକଣା ସମୟରେ ଚିକିତ୍ସା ନକରାଇଲେ ରୋଗୀର ମୃତ୍ୟୁ ଘଟିପାରେ ବୋଲି ବୟାନ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ଏହି ଜ୍ୱର ସଂକ୍ରମଣ ନେଇ ସେ ରାଜ୍ୟବାସୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି।
ଏହି ଜ୍ଵରର ଲକ୍ଷଣ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ, ‘‘ସାବଧାନ ରୁହନ୍ତୁ। ଏବେ ସ୍କ୍ରବ ଟାଇଫସ ମାତିଛି। ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ। ମୃତ୍ୟୁ ସମ୍ଭାବନା ବି ଅଛି। ଶରୀରର ଯେଉଁ ସ୍ଥାନକୁ କାମୁଡେ, ସେଠାରେ ସ୍କିନ ଡେଡ ହୋଇଯାଏ। ଯାହାକୁ ଏଚାର ବୋଲି କୁହାଯାଏ। ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର DPHL ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି। ଚିହ୍ନଟ ହେଲେ ଚିକିତ୍ସା ସହଜ। ସାଧାରଣ ଆଣ୍ଟିବାୟୋଟିକ କାମ ଦେବ। ଯାହାର ଜ୍ୱର କମୁନି, ସେ ପରୀକ୍ଷା କରନ୍ତୁ। କାରଣ ଏହାକୁ ପ୍ୟାରକସିଆ ପରନରିଜିନ କୁହାଯାଏ। ପ୍ୟାରକସିଆ ପରନରିଜିନ ମାନଙ୍କୁ ସ୍କ୍ରବ ଟାଇଫସ ଟେଷ୍ଟ ପାଇଁ ନିର୍ଦେଶ ଅଛି। ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଅଛି। ହେଲେ ସର୍ବାଧିକ କେଶ କେନ୍ଦୁଝରରୁ ଆସୁଛି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ସେହିପରି ଡେଙ୍ଗୁ ସଂକ୍ରମଣ କୁ ନେଇ ନିରଞ୍ଜନ ମିଶ୍ର ଗଣମାଧ୍ୟମରେ ତାଙ୍କର ମତ ରଖି କହିଛନ୍ତି, ‘‘ଡେଙ୍ଗୁ ବଢିନି, ସ୍ଥିର ଅବସ୍ଥାରେ ଅଛି। ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି। ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ଦେଖାଦେଉଛି। ଗତ୧୦ ତାରିଖ ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮୬୧୦ଟି ନମୁନା ପରୀକ୍ଷା ହୋଇଛି। ଏଥିରୁ ୫୦୯୭ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଏକ ଭାଇରାଲ୍ ରୋଗ। ମଣିଷରୁ ମଣିଷକୁ ସଂକ୍ରମିତ ହୁଏନି। ଡେଙ୍ଗୁ ରୋଗୀକୁ ମଶା କାମୁଡି ଆଉ ଜଣେ ମଣିଷକୁ କମିଡିଲେ ଡେଙ୍ଗୁ ହୁଏ। ଡେଙ୍ଗୁ ରୋଗୀ ବାହାର ରାଜ୍ୟରୁ ଆସିଥିଲେ ପରିବାର ଆକ୍ରାନ୍ତ ହେବାର ଆଶଙ୍କା ରହିଛି।’’




