ବଦଳିଲା ପାଗ, ବଢିବ ବର୍ଷା

ଭୁବନେଶ୍ୱର: ବଦଳିଲା ପାଗ, ତାଣ୍ଡବରଚିଲା କାଳବୈଶାଖୀର । ବର୍ଷା ପବନରେ ଭାଙ୍ଗିଲା ବଡ଼ ବଡ଼ ଗଛ । ପାଣିପାଗ ବିଭାଗ କହିଲା ସୋମବାର ଠାରୁ ବଢ଼ିବ ବର୍ଷାର ପରିମାଣ । କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ଆଲର୍ଟ । ୨ ରୁ ୫ ଡିଗ୍ରୀ ଯାଏଁ କମିବ ତାତି । ଆଜିଠୁ ବଦଳିବ ପାଗ। ବଢିବ ବର୍ଷାର ବିସ୍ତୃତି। କେନ୍ଦୁଝର, ମୟୂରଭଂଜ, ବାଲେଶ୍ଵର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କୁଆପଥର ବର୍ଷା […]

ବଦଳିଲା ପାଗ, ବଢିବ ବର୍ଷା
Samaya Live Picture
Published On

ଭୁବନେଶ୍ୱର: ବଦଳିଲା ପାଗ, ତାଣ୍ଡବରଚିଲା କାଳବୈଶାଖୀର । ବର୍ଷା ପବନରେ ଭାଙ୍ଗିଲା ବଡ଼ ବଡ଼ ଗଛ । ପାଣିପାଗ ବିଭାଗ କହିଲା ସୋମବାର ଠାରୁ ବଢ଼ିବ ବର୍ଷାର ପରିମାଣ । କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ଆଲର୍ଟ । ୨ ରୁ ୫ ଡିଗ୍ରୀ ଯାଏଁ କମିବ ତାତି ।
ଆଜିଠୁ ବଦଳିବ ପାଗ। ବଢିବ ବର୍ଷାର ବିସ୍ତୃତି। କେନ୍ଦୁଝର, ମୟୂରଭଂଜ, ବାଲେଶ୍ଵର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କୁଆପଥର ବର୍ଷା ସହ ୫୦ ରୁ ୬୦ କିମି ବେଗରେ ଝଡ ପବନ ବହିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ଓ ଆଭ୍ୟନ୍ତରୀଣ ସହ ଦକ୍ଷିଣ ରେ ଝଡ଼ ପବନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। କାଲି ହେବ ପ୍ରବଳ ବର୍ଷା। ଉତ୍ତର ଉପକୂଳ ସହ ପଶ୍ଚିମ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିବ। ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଜଗତସିଂହପୁର, କଟକରେ ହେବ ପ୍ରବଳ ବର୍ଷା। ୨୯ରେ ବି ହେବ ପ୍ରବଳ ବର୍ଷା। ଦୁଇ ଦିନ ପରେ ଦିନର ତାପମାତ୍ରା ୨ ରୁ ୫ ଡିଗ୍ରୀ ଯାଏଁ କମିବ।

Tags: