ଅଙ୍ଗଦାନ କରି ଅମର ହେଲେ ସଂଯୁକ୍ତା,୩ ଜଣ ପାଇଲେ ନୂଆ ଜୀବନ
ଭୁବନେଶ୍ୱର : ଧୀରେ ଧୀରେ ଅଙ୍ଗଦାନ ପ୍ରତି ସଚେତନ ହେଉଛନ୍ତି ଅଙ୍ଗଦାତାଙ୍କ ପରିବାର I ବ୍ରେନ ଷ୍ଟ୍ରୋକରେ ମୃତ୍ୟୁ ପରେ ଦୁଇଟି ଯାକ କିଡନୀ ଓ ଲିଭର ଦେଇ ତିନି ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ମହିଳା ସଂଯୁକ୍ତା ପାତ୍ର । ଏସ୍ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାଡାଭରିକ କିଡ୍ନୀ ପ୍ରତିରୋପଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତିଗିରିଆ ଅଞ୍ଚଳର ରାଜୀବ ଦାସଙ୍କ ଶରୀରରେ ଗୋଟିଏ କିଡ୍ନୀ ପ୍ରତିରୋପଣ ହୋଇଛି। ଏସସିବିର ନେଫ୍ରୋଲୋଜି ଓ ୟୁରୋଲୋଜି […]
ଭୁବନେଶ୍ୱର : ଧୀରେ ଧୀରେ ଅଙ୍ଗଦାନ ପ୍ରତି ସଚେତନ ହେଉଛନ୍ତି ଅଙ୍ଗଦାତାଙ୍କ ପରିବାର I ବ୍ରେନ ଷ୍ଟ୍ରୋକରେ ମୃତ୍ୟୁ ପରେ ଦୁଇଟି ଯାକ କିଡନୀ ଓ ଲିଭର ଦେଇ ତିନି ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ମହିଳା ସଂଯୁକ୍ତା ପାତ୍ର । ଏସ୍ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାଡାଭରିକ କିଡ୍ନୀ ପ୍ରତିରୋପଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତିଗିରିଆ ଅଞ୍ଚଳର ରାଜୀବ ଦାସଙ୍କ ଶରୀରରେ ଗୋଟିଏ କିଡ୍ନୀ ପ୍ରତିରୋପଣ ହୋଇଛି। ଏସସିବିର ନେଫ୍ରୋଲୋଜି ଓ ୟୁରୋଲୋଜି ଡାକ୍ତରଙ୍କ ମିଳିତ ଉଦ୍ୟମରେ କିଡନୀ ପ୍ରତ୍ୟାରୋପଣ କରାଯାଇଛି । କିଡନୀ ପ୍ରତିରୋପଣ ପରେ ରାଜୀବଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେହିପରି ସଂଯୁକ୍ତାଙ୍କ ଲିଭରକୁ ହାଇଦ୍ରାବାଦର IGH ହସ୍ପିଟାଲକୁ ପଠାଯାଇଥିଲା।
ସୂଚନାନୁସାରେ,ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂଯୁକ୍ତାଙ୍କ ମସ୍ତିଷ୍କ ଆଘାତ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ତାଙ୍କ ପରିବାର ସଦସ୍ୟଙ୍କ ସହମତିରେ ସଂଯୁକ୍ତାଙ୍କର ଦୁଇଟି କିଡନୀ ଓ ଲିଭର କଢାଯାଇ ଗୋଟିଏ ଏସସିବି ମେଡିକାଲ ଓ ଅନ୍ୟ କିଡନୀଟି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯିବା ପାଇଁ ସ୍ଥିର ହୋଇଥିଲା ।




