ଦଳରୁ ବହିସ୍କୃତ ହେବା ପରେ ବିଜେପି ରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା
ଢେଙ୍କାନାଳ : ବିଜେଡିରୁ ବହିସ୍କୃତ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା I ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ଦଳ ନିଲମ୍ବନ କରିଛି। ଏ ନେଇ ବିଜେଡି ତରଫରୁ ଏକ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତେବେ ବିଜେଡି ଛାଡିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ। ଅନ୍ୟପଟେ ଦଳ ଛାଡିବା ପରେ ଆଜି ନିଜର ୩୦ ଜଣ […]
ଢେଙ୍କାନାଳ : ବିଜେଡିରୁ ବହିସ୍କୃତ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା I ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ଦଳ ନିଲମ୍ବନ କରିଛି। ଏ ନେଇ ବିଜେଡି ତରଫରୁ ଏକ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତେବେ ବିଜେଡି ଛାଡିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ।
ଅନ୍ୟପଟେ ଦଳ ଛାଡିବା ପରେ ଆଜି ନିଜର ୩୦ ଜଣ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି ରୀନା ରାଣୀ I ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ରୀନା ରାଣୀ ଖଟୁଆଙ୍କ ସହିତ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି ।




