କଟିଯିବା ପରେ କୁକୁର ନେଇ ପଳାଇଲା ନାବାଳିକାଙ୍କ ହାତ
କଳାହାଣ୍ଡି : ବିବାହ ଭୋଜିରୁ ଫେରିବାବେଳେ ଘଟିଲା ଅଘଟଣ I ବାପା ଚଳାଉଥିବା ଚଳନ୍ତା ବୁଲେଟରେ ପଶିଗଲା ନାବାଳିକାଙ୍କ ହାତ । ହାତଟି କଟି ଛିଣ୍ଡି ଯିବାପରେ ରାସ୍ତାରୁ ନେଇ ପଳାଇଥିଲା ବୁଲା କୁକୁର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅଧିନ ଜାତୀୟ ରାଜପଥ ୨୬ର ଏକ ପେଟ୍ରୋଲ ପମ୍ପ୍ ସାମ୍ନାରେ । ସୂଚନା ଅନୁଯାୟୀ, ଜୟପାଟଣା ମଙ୍ଗଳପୁର ଗାଁର ନାବାଳିକା ଝିଅ ଅଞ୍ଜଳି ସାହୁ,ବାପା ମା’ଙ୍କ […]
କଳାହାଣ୍ଡି : ବିବାହ ଭୋଜିରୁ ଫେରିବାବେଳେ ଘଟିଲା ଅଘଟଣ I ବାପା ଚଳାଉଥିବା ଚଳନ୍ତା ବୁଲେଟରେ ପଶିଗଲା ନାବାଳିକାଙ୍କ ହାତ । ହାତଟି କଟି ଛିଣ୍ଡି ଯିବାପରେ ରାସ୍ତାରୁ ନେଇ ପଳାଇଥିଲା ବୁଲା କୁକୁର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅଧିନ ଜାତୀୟ ରାଜପଥ ୨୬ର ଏକ ପେଟ୍ରୋଲ ପମ୍ପ୍ ସାମ୍ନାରେ ।
ସୂଚନା ଅନୁଯାୟୀ, ଜୟପାଟଣା ମଙ୍ଗଳପୁର ଗାଁର ନାବାଳିକା ଝିଅ ଅଞ୍ଜଳି ସାହୁ,ବାପା ମା’ଙ୍କ ସହିତ ବୁଲେଟ ଗାଡ଼ିରେ କେସିଙ୍ଗା ବ୍ଲକ ବାଲସି ଗାଁରେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ । ଏହି ସମୟରେ ଅଞ୍ଜଳି ହାତରେ ଧରିଥିବା ସ୍କାର୍ପଟି ବାପାଙ୍କ ଗାଡି ଚକାରେ ପଶିଯିବା ଯାଇଥିଲା I ଅଞ୍ଜଳି ଚଳନ୍ତା ଗାଡ଼ିରୁ ନଇଁପଡ଼ି ସ୍କାର୍ପ କାଢିବା ବେଳେ ଡାହାଣ ହାତଟି ଚକରେ ପଶିଯାଇଛିଣ୍ଡି ଯାଇଥିଲା । ଦୁର୍ଭାଗ୍ୟ ବଶତଃ ଏହି ସମୟରେ ସେଠାରେ ଥିବା ଏକ ବୁଲା କୁକୁର କଟି ଛିଣ୍ଡି ଯାଇଥିବା ହାତକୁ ଧରି ଫେରାର୍ ହୋଇଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।




