ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୂତନ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ରବିବାର ଅପରାହ୍ନରେ ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଦାୟିତ୍ୱ ଗ୍ରହଣ କଲାପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ଯାଇ ସାକ୍ଷାତ କରିଛନ୍ତି । ତାଙ୍କ ସହିତ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସୂଚନାନୁସାରେ,ରବିବାର ଅପରାହ୍ନରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ରବିବାର ଅପରାହ୍ନରେ ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଦାୟିତ୍ୱ ଗ୍ରହଣ କଲାପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ଯାଇ ସାକ୍ଷାତ କରିଛନ୍ତି । ତାଙ୍କ ସହିତ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।
ସୂଚନାନୁସାରେ,ରବିବାର ଅପରାହ୍ନରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ବିଦାୟୀ ମୁଖ୍ୟ ଶାସନ ସଚିବ ଜେନାଙ୍କଠାରୁ ନୂତନ ମୁଖ୍ୟ ଶାସନ ସଚିବ ଆହୁଜା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏହି ଅବସରରେ ନୂତନ ମୁଖ୍ୟ ଶାସନ ସଚିବ ଆହୁଜାଙ୍କୁ ଲୋକସେବା ଭବନର ଅଧିକାରୀ ଓ କର୍ମଚାରୀ ସ୍ବାଗତ କରିଥିବାବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ମନୋଜ ଆହୁଜା ପୁରୀ ଯାଇ ପଟି ଦିଅଁଙ୍କୁ ଦର୍ଶନ କରିଛନ୍ତି ।
୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଏଠାରେ ପ୍ରଥମେ ଉପଜିଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଆଦି ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି। ୨୦୧୭ରେ ଡେପୁଟେଶନରେ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ତେବେ ଓଡ଼ିଶା ଫେରିବା ପୂର୍ବରୁ ଆହୁଜା କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଥିଲେ।ଏ
ସୂଚନାନୁସାରେ, ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନିକୁଞ୍ଜ ଧଳଙ୍କୁ ରବିବାର ମୁଖ୍ୟମନ୍ତ୍ରୀନଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି କରାଯାଇଛି।




