ରତ୍ନଭଣ୍ଡାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଚିଠି ଲେଖିଲା ପ୍ରଶାସନ
ପୁରୀ : ଏଏସ୍ଆଇକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ । ଚିଠିରେ ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇକୁ ଚିଠି ଲେଖାଯାଇଛି । ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ମିଳୁଥିବା ଅବଧି ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆଗାମୀ ରଥଯାତ୍ରା ସମୟରେ ମିଳିବାକୁ ଥିବା ଅବଧି ଅର୍ଥାତ୍ ଜୁନ୍ ୨୮ରୁ ଜୁଲାଇ ୬ ମଧ୍ୟରେ ବାକି […]
ପୁରୀ : ଏଏସ୍ଆଇକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ । ଚିଠିରେ ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇକୁ ଚିଠି ଲେଖାଯାଇଛି । ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ମିଳୁଥିବା ଅବଧି ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆଗାମୀ ରଥଯାତ୍ରା ସମୟରେ ମିଳିବାକୁ ଥିବା ଅବଧି ଅର୍ଥାତ୍ ଜୁନ୍ ୨୮ରୁ ଜୁଲାଇ ୬ ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ସମାପନ କରାଯାଉ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗୁରୁତ୍ୱ ଦୃଷ୍ଟିରୁ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେବାକୁ କହିଛନ୍ତି। ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ।
ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ମଧ୍ୟ ତଦାରଖ ପାଇଁ ଏଏସ୍ଆଇ ଉପ-ମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି। ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ପାଇଁ ଏଏସଆଇର ସହଯୋଗ କାମନା କରିବା ସହ ଅନୁରୋଧ କରାଯାଇଥିବା ସମସ୍ତ କାର୍ଯ୍ୟର ଗୁରୁତ୍ବକୁ ଉପଲବ୍ଧି କରି ଧାର୍ଯ୍ୟ ସମୟସୀମା ଭିତରେ ସାରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପତ୍ରରେ ଉଲ୍ଲେଖ କରିଛନ୍ତି।




