ଗୃହରେ ମଦମୃତ୍ୟୁ ତାତି,୧୧.୩୦ ଯାଏଁ ମୁଲତବୀ
ଭୁବନେଶ୍ୱର : ଚିକିଟି ମଦ ମୃତ୍ୟୁକୁ ନେଇ ଆଜି ବିଧାନସଭା ୪ର୍ଥ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି ଇ ଗୃହ ମଧ୍ୟଭାଗକୁ ଆସି ବିରୋଧୀ ସଭ୍ୟମାନେ ଅଶୋଭନୀୟ ଆଚରଣ କରିଥିବାର ଦେଖାଯାଇଥିଲା I ବିରୋଧୀ ବିଜେଡି ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛି। ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଯାଇଥିଲେ ୨ ଜଣ ବିଧାୟକ I ସୋର ବିଧାୟକ ମାଧବ ଧଡ଼ା ଏବଂ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଗୃହରେ ଅରାଜକତା ସୃଷ୍ଟି […]
ଭୁବନେଶ୍ୱର : ଚିକିଟି ମଦ ମୃତ୍ୟୁକୁ ନେଇ ଆଜି ବିଧାନସଭା ୪ର୍ଥ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି ଇ ଗୃହ ମଧ୍ୟଭାଗକୁ ଆସି ବିରୋଧୀ ସଭ୍ୟମାନେ ଅଶୋଭନୀୟ ଆଚରଣ କରିଥିବାର ଦେଖାଯାଇଥିଲା I ବିରୋଧୀ ବିଜେଡି ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛି। ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଯାଇଥିଲେ ୨ ଜଣ ବିଧାୟକ I ସୋର ବିଧାୟକ ମାଧବ ଧଡ଼ା ଏବଂ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଗୃହରେ ଅରାଜକତା ସୃଷ୍ଟି କରିଥିଲେ I ଦୁଇ ଦିନ ଧରି ଗୃହରେ ଏହି ପ୍ରସଙ୍ଗରେ ଶାସକ ଦଳ କୁ ଘେରି ପ୍ରଶ୍ନ କରିଛି ବିଜେଡି। ଫଳରେ ଗୃହକୁ ୧୧. ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି I ତେବେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି।




