ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଦିତ୍ୟ ମହାପାତ୍ର

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ର । ମଙ୍ଗଳବାର ଦିନ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାନୁସାରେ,ବିଗତ ୨୪ ବର୍ଷ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସେହି ସମୟରେ ଆଇଏସ […]

Samaya Live Picture
Published On

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ର । ମଙ୍ଗଳବାର ଦିନ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନାନୁସାରେ,ବିଗତ ୨୪ ବର୍ଷ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସେହି ସମୟରେ ଆଇଏସ ଭି.କେ.ପାଣ୍ଡିଆନ ତାଙ୍କର ବ୍ୟକ୍ତିଗତ ସଚିବ ରହିଆସିଥିଲେ । ତେବେ ୨୦୨୩ ରେ ସେ ଚାକିରୀ ଛାଡି ବିଜେଡିରେ ବିଧିବଦ୍ଧ ଭାବରେ ଯୋଗ ଦେଇଥିଲେ । କିନ୍ତୁ ୨୦୨୪ ରେ ବିଜେଡିର ପରାଜୟ ପରେ ସେ ଦଳରୁ ସନ୍ୟାସ ନେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ଥାନରେ ବରିଷ୍ଠ ଓଏଏସ ଅଫିସର ଆଦିତ୍ୟ ମହାପାତ୍ର ନିଯୁକ୍ତି ପାଇଛନ୍ତି ।

Tags: