ଆଦିବାସୀ ମେଳା ମେଳା ଉଦଘାଟିତ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ ୫ ରୁ ଜାନୁଆରୀ ୧୫ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ମେଳା ଏକ ଅବିଛେଦ୍ୟ ଅଙ୍ଗ ହୋଇଯାଇଛି ଏ ବର୍ଷ ପ୍ରବାସୀ ଭାରତୀୟ ମାନେ […]
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ ୫ ରୁ ଜାନୁଆରୀ ୧୫ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ମେଳା ଏକ ଅବିଛେଦ୍ୟ ଅଙ୍ଗ ହୋଇଯାଇଛି ଏ ବର୍ଷ ପ୍ରବାସୀ ଭାରତୀୟ ମାନେ ଭୁବନେଶ୍ୱର ଆସିବେ ଏବଂ ଆଦିବାସୀ ସଂସ୍କୃତିର ସୁନ୍ଦରତା ଦେଖିବେ, ଜାଣିବେ ଓ ଅନୁଭବ କରିବେ । ଓଡିଶାର ସବୁ ଆଦିବାସୀ ମାନଙ୍କର ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ମେଳାରେ ୨୦ ଗୋଟି ଆଦିବାସୀ କୁଡ଼ିଆ, ବିକ୍ରିବଟା ପାଇଁ ୧୪୭ ଟି ଷ୍ଟଲ୍, ୧୫ଟି ଲାଇଭ୍ ଡେମନଷ୍ଟ୍ରେସନ୍ ପାଇଁ ସ୍ଥାନ ଥିବା ବେଳେ ଫୁଡ୍ କୋର୍ଟ, କଳା ଓ ହସ୍ତଶିଳ୍ପ ଷ୍ଟଲ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ କୁ ସ୍ଥାନ ଦିଆଯାଇଛି । ଏଥିସହିତ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ ର ୫ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି।




