ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ADG ସୌମେନ୍ଦ୍ର ପ୍ରିୟଦର୍ଶୀ

ପୁରୀ: ପଞ୍ଚୁକ ବ୍ରତ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଲାଗିରହିଛି । ସୋମବାର ଶ୍ରୀମନ୍ଦିରରେ ସୁରକ୍ଷା ଅନୁଧ୍ୟାନ କରିଛନ୍ତି ADG ସୌମେନ୍ଦ୍ର ପ୍ରିୟଦର୍ଶୀ। ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କଲେ । ଏହି ସମୟରେ ପୁରୀ ଏସପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବରୁ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗତକାଲି ପଞ୍ଚକର ପ୍ରଥମ ଦିନରେ ପ୍ରବଳ ଠେଲା ପେଲା ହୋଇଥିଲା । ଏପରିକି ଘଣ୍ଟା […]

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ADG ସୌମେନ୍ଦ୍ର ପ୍ରିୟଦର୍ଶୀ
Samaya Live Picture
Published On

ପୁରୀ: ପଞ୍ଚୁକ ବ୍ରତ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଲାଗିରହିଛି । ସୋମବାର ଶ୍ରୀମନ୍ଦିରରେ ସୁରକ୍ଷା ଅନୁଧ୍ୟାନ କରିଛନ୍ତି ADG ସୌମେନ୍ଦ୍ର ପ୍ରିୟଦର୍ଶୀ। ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କଲେ । ଏହି ସମୟରେ ପୁରୀ ଏସପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବରୁ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଗତକାଲି ପଞ୍ଚକର ପ୍ରଥମ ଦିନରେ ପ୍ରବଳ ଠେଲା ପେଲା ହୋଇଥିଲା । ଏପରିକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଧୈର୍ଯ୍ୟହରା ହେବା ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ ଭକ୍ତ। କେତେକ ଭକ୍ତ ତଳେ ପଡ଼ି ଯାଇଥିଲେ । ପଞ୍ଚକର ବାକି ଦିନ ଯେପରି ସୁରୁଖୁରୁରେ ଦର୍ଶନ ହେବ ତାର ବ୍ୟବସ୍ଥା କରିବାକୁ ପୁରୀରେ ପହଞ୍ଚିିଥିଲେ ପୋଲିସ ମହାନିର୍ଦେଶକ ।

ଅନ୍ୟପଟେ,ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି। ଯାହାକୁ ଦେଖିବାକୁ ପ୍ରବଳ ଭକ୍ତ ସମାଗମ ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି ।

Tags: