ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା

ଦିଗପହଣ୍ଡି : ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା। ବଣଭୋଜି କରିବାକୁ ଯାଇ ଗଞ୍ଜାମ ପାତ୍ରପୁର ବ୍ଲକ ଜରଡ଼ା ଥାନା ବୁରାତାଳର ପିକନିକ ସ୍ପଟରୁ ନିଖୋଜ ହୋଇଥିବା ପୋଲସରା ଥାନା କଳମ୍ବ ଗ୍ରାମର ୟୁଟ୍ୟୁବର ନରେନ୍ଦ୍ର ସାହୁଙ୍କ ସନ୍ଧାନ ମିଳିଛି । ବର୍ତ୍ତମାନ୍ ସେ ପାତ୍ରପୁର ବ୍ଲକ ମାରମାରିଆ ଗାଁରେ ଥିବା ସୂଚନା ମିଳିଛି। ଗାଁର ଆଦିବାସୀଙ୍କ ଗ୍ରହଣରେ ସେ ସୁରକ୍ଷିତ ଥିବା ସୂଚନା ମିଳିଛି। ଗତ ରବିବାର ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ […]

ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା
Samaya Live Picture
Published On

ଦିଗପହଣ୍ଡି : ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା। ବଣଭୋଜି କରିବାକୁ ଯାଇ ଗଞ୍ଜାମ ପାତ୍ରପୁର ବ୍ଲକ ଜରଡ଼ା ଥାନା ବୁରାତାଳର ପିକନିକ ସ୍ପଟରୁ ନିଖୋଜ ହୋଇଥିବା ପୋଲସରା ଥାନା କଳମ୍ବ ଗ୍ରାମର ୟୁଟ୍ୟୁବର ନରେନ୍ଦ୍ର ସାହୁଙ୍କ ସନ୍ଧାନ ମିଳିଛି । ବର୍ତ୍ତମାନ୍ ସେ ପାତ୍ରପୁର ବ୍ଲକ ମାରମାରିଆ ଗାଁରେ ଥିବା ସୂଚନା ମିଳିଛି। ଗାଁର ଆଦିବାସୀଙ୍କ ଗ୍ରହଣରେ ସେ ସୁରକ୍ଷିତ ଥିବା ସୂଚନା ମିଳିଛି।

ଗତ ରବିବାର ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ସେ ନିଖୋଜ ଥିଲେ । ସେ ୟୁଟ୍ୟୁବ ଓ ଫେସବୁକରେ ବ୍ଳଗ କରିବା ସହିତ ବ୍ରହ୍ମପୁର ସହରରେ ଗ୍ରୋସରୀ ହୋମ୍ ଡେଲିଭେରି କମ୍ପାନୀରେ କାମ କରୁଥିଲେ । ନିଖୋଜ ହେବା ପରେ ଅନ୍ୟ ସାଙ୍ଗ ମାନେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । ଜରଡା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଆଜି ସୁରକ୍ଷିତ ଅବସ୍ଥାରେ ତାଙ୍କର ପତ୍ତା ମିଳିଛି।

Tags: