ରିମାଣ୍ଡରେ ଯିବେ ଆଦଭିକ୍ ଶ୍ରୀବାସ୍ତବ
ଭୁବନେଶ୍ୱର : KIIT ଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରିମାଣ୍ଡରେ ଯିବେ ମୁଖ୍ୟ ଅଭିଯୁକ୍ତ ଆଦଭିକ୍ ଶ୍ରୀବାସ୍ତବ । ତାଙ୍କୁ ରିମାଣ୍ଡରେ ନେବା ପାଇଁ ବୁଧବାର କୋର୍ଟରେ ଆବେଦନ କରିବ ଇନଫୋସିଟି ପୋଲିସ । ମୃତ ଛାତ୍ରୀଙ୍କ ନିକଟରୁ ଜବତ ମୋବାଇଲ ଓ ଲ୍ୟାପ୍ଟପ୍କୁ ତଥ୍ୟ ଜାଣିବା ପାଇଁ ରାଜ୍ୟ ଫରେନସିକ୍ ଲାବକୁ ପୋଲିସ ପଠାଇଛି । ନେପାଳୀ ଛାତ୍ରୀ ଆତ୍ମହତ୍ୟାର ପ୍ରଥମ ଭିଡିଓ ସାମନାକୁ ଆସିଛି। ଏହା ନେପାଳୀ ଛାତ୍ରୀଙ୍କ ହଷ୍ଟେଲ ରୁମ୍ କବାଟ […]
ଭୁବନେଶ୍ୱର : KIIT ଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରିମାଣ୍ଡରେ ଯିବେ ମୁଖ୍ୟ ଅଭିଯୁକ୍ତ ଆଦଭିକ୍ ଶ୍ରୀବାସ୍ତବ । ତାଙ୍କୁ ରିମାଣ୍ଡରେ ନେବା ପାଇଁ ବୁଧବାର କୋର୍ଟରେ ଆବେଦନ କରିବ ଇନଫୋସିଟି ପୋଲିସ । ମୃତ ଛାତ୍ରୀଙ୍କ ନିକଟରୁ ଜବତ ମୋବାଇଲ ଓ ଲ୍ୟାପ୍ଟପ୍କୁ ତଥ୍ୟ ଜାଣିବା ପାଇଁ ରାଜ୍ୟ ଫରେନସିକ୍ ଲାବକୁ ପୋଲିସ ପଠାଇଛି ।
ନେପାଳୀ ଛାତ୍ରୀ ଆତ୍ମହତ୍ୟାର ପ୍ରଥମ ଭିଡିଓ ସାମନାକୁ ଆସିଛି। ଏହା ନେପାଳୀ ଛାତ୍ରୀଙ୍କ ହଷ୍ଟେଲ ରୁମ୍ କବାଟ ଭାଙ୍ଗିବା ବେଳର ଭିଡିଓ । ଯାହା ଏବେ ବେଶୀ ଭାଇରାଲ ହେବାରେ ଲାଗିଛ । ପୋଲିସ ଆସିବା ଆଗରୁ ହଷ୍ଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଜୋରଜବରଦସ୍ତ କବାଟ ଭାଙ୍ଗି କଲେଜ ଛାତ୍ରୀ ଏବଂ କର୍ତ୍ତୃପକ୍ଷ ଭିତରକୁ ପଶିଥିଲେ। ରୁମ୍ ଭିତରେ ନେପାଳୀ ଛାତ୍ରୀଙ୍କ ମୃତଦେହ ଝୁଲୁଥିବାର ଭିଡିଓରେ ଦେଖାଯାଇଛି।
ଅନ୍ୟପଟେ କିଟ୍ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ ଆଇଆରଓ, ହଷ୍ଟେଲ ୱାଡେନଙ୍କୁ ଜେରା ପାଇଁ ନୋଟିସ କରାଯାଇଛି ।‘କିଟ୍’ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୫ ଜଣକୁ ଜାମିନ୍ ମିଳିଛି। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଇନ୍ଫୋସିଟି ଥାନା ପୋଲିସ ‘କିଟ୍’ର ୩ ନିର୍ଦ୍ଦେଶକଙ୍କ ସମେତ ୨ ସିକ୍ୟୁରିଟ ଗାର୍ଡଙ୍କୁ ଗିରଫ କରିଥିଲା । ହେଲେ ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ ସେମାନଙ୍କୁ ଜାମିନ ମିଳିଛି` ଭୁବନେଶ୍ବର ଜେଏମଏଫ୍ସି-୨ ସେମାନଙ୍କ ଜାମିନ ମଞ୍ଜୁର କରିଛନ୍ତି।




