ଆଜିଠାରୁ ଶ୍ରଦ୍ଧାଳୁ ପାଇବେ ଆଡ଼ପ ଅବଢା

ପୁରୀ : ଜନ୍ମବେଦୀରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଠାରୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ଦର୍ଶନ I ସକାଳ ଆଳତି ପରେ ଦର୍ଶନ ଆରମ୍ଭ ହୋଇଛି I ହଜାର ହଜାର ଦର୍ଶକ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି I ପୁରାଣ ବର୍ଣ୍ଣିତ ଅନୁସାରେ ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଆଡ଼ପମଣ୍ଡପରେ ଦିନେ ଦର୍ଶନରେ ସେତିକି ଫଳ ମିଳିଥାଏ। ବିଶେଷକରି ଦିନ ଅପେକ୍ଷା […]

Samaya Live Picture
Published On

ପୁରୀ : ଜନ୍ମବେଦୀରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଠାରୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ଦର୍ଶନ I ସକାଳ ଆଳତି ପରେ ଦର୍ଶନ ଆରମ୍ଭ ହୋଇଛି I ହଜାର ହଜାର ଦର୍ଶକ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି I ପୁରାଣ ବର୍ଣ୍ଣିତ ଅନୁସାରେ ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଆଡ଼ପମଣ୍ଡପରେ ଦିନେ ଦର୍ଶନରେ ସେତିକି ଫଳ ମିଳିଥାଏ। ବିଶେଷକରି ଦିନ ଅପେକ୍ଷା ରାତିରେ ଦର୍ଶନ କଲେ ତାର ୧୦ ଗୁଣ ଅଧିକ ପୁଣ୍ୟ ମିଳିଥାଏ। ଆଡ଼ପମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ମହାବେଦି ଯୋଗ କୁହାଯାଏ। ଏଥିପାଇଁ ରଥଯାତ୍ରାରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟେ।

ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ସକାଳୁ ଦ୍ବାରଫିଟା ଯିବା ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି କରାଯାଇ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେଉଛି। ପରେ ଗୋପାଳ ବହ୍ଲବ ପୂଜା, ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ହେବା ସହ ଯାତ୍ରାଙ୍ଗୀ ମହାସ୍ନାନ ଆଦି ନୀତି କରାଯାଇ ରାତ୍ରୀରେ ବଡ଼ ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହେବ।

ଅନ୍ୟପଟେ ଆଜିଠାରୁ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ପାଇବେ ଭକ୍ତ। ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଏଥିପାଇଁ ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଡ଼ପ ଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।ଭକ୍ତମାନେ କିପରି ସୁରୁଖୁରରେ ମହାପ୍ରସାଦ ପାଇପାରିବେ ସେଥିଲାଗି ପ୍ରଶାସନ ଏବଂ ସେବାୟତଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Tags: