ବିଗ୍ବସ୍ ଶୋ’ରେ ଭାଗ ନେଇପାରନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର
କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ । ବିଭିନ୍ନ ମହଲରେ ଏହି ରିଆଲିଟି ଶୋ’ ଲୋକପ୍ରିୟ ହୋଇପାରିଛି I ଏହି ଶୋ କୁ ହୋଷ୍ଟ କରିଥାନ୍ତି ବଲିଉଡ ଅଭିନେତା ସଲମାନ ଖାଁ I ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ବିଗ୍ ବସ୍ -୧୬କୁ ଅପେକ୍ଷା କରି ରହିଥିବାବେଳେ ଏହି ଶୋ’ର ପ୍ରଥମ ପ୍ରୋମୋ ସାମ୍ନାକୁ ଆସିଛି। ଏଥର ବିଗ୍ ବସ୍-୧୬ର ପ୍ରଥମ ପ୍ରୋମୋରେ ସଲମାନ ଏକ ଜବରଦସ୍ତ ଅବତାରରେ ନଜର ଆସିଛନ୍ତି । ଆସନ୍ତା ଅକ୍ଟୋବର […]
କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ । ବିଭିନ୍ନ ମହଲରେ ଏହି ରିଆଲିଟି ଶୋ’ ଲୋକପ୍ରିୟ ହୋଇପାରିଛି I ଏହି ଶୋ କୁ ହୋଷ୍ଟ କରିଥାନ୍ତି ବଲିଉଡ ଅଭିନେତା ସଲମାନ ଖାଁ I ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ବିଗ୍ ବସ୍ -୧୬କୁ ଅପେକ୍ଷା କରି ରହିଥିବାବେଳେ ଏହି ଶୋ’ର ପ୍ରଥମ ପ୍ରୋମୋ ସାମ୍ନାକୁ ଆସିଛି। ଏଥର ବିଗ୍ ବସ୍-୧୬ର ପ୍ରଥମ ପ୍ରୋମୋରେ ସଲମାନ ଏକ ଜବରଦସ୍ତ ଅବତାରରେ ନଜର ଆସିଛନ୍ତି । ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍-୧୬’ । ଶୁଣାଯାଉଛି ଏଥର ଶୋ’ରେ ନଜର ଆସିବେ ମୁମ୍ବାଇରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ।

ଏଥର ଶୋ’ରେ କାହା ଗେମ୍ ରହିବ ରୋମାଞ୍ଚପୂର୍ଣ୍ଣ ତାହା ଦେଖାଯିବ । କେଉଁ ପ୍ରତିଯୋଗୀଙ୍କ ଗେମ୍ ଶୋ’ର ଟିଆରପି ବଢାଇବାରେ ସାହାଯ୍ୟ କରିବ । ଏଭଳି ଅନେକ ପ୍ରଶ୍ନ ମନରେ ଆସୁଥିବାବେଳେ ଦର୍ଶକଙ୍କ ଉତ୍କଣ୍ଠା ବଢାଇ ଦେଇଛନ୍ତି ଖୋଦ୍ ବିଗ୍ ବସ୍ । ଏଯାଏଁ ବିଧିବଦ୍ଧ ଭାବେ କୌଣସି ପ୍ରତିଯୋଗୀଙ୍କ ନାଁ ଘୋଷଣା ହୋଇନାହିଁ । କିନ୍ତୁ ଅନେକ ବିବାଦୀୟ ସେଲିବ୍ରିଟି ଏଥର ପ୍ରତିଯୋଗୀ ହେବା ନେଇ ଚର୍ଚ୍ଚା ଚାଲିଛି ।
ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର ଦ୍ୱିଭାଷୀ ଚଳଚ୍ଚିତ୍ର ‘ଦ୍ରୌପଦୀ’କୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥିଲେ । ସେହିଭଳି ଓଡ଼ିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’ରେ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିବା ପ୍ରକୃତି ଜାତୀୟସ୍ତରରେ ଅନେକ ସଫଳତା ସାଉଁଟିଛନ୍ତି । ୨୦୧୪ରେ ଜୀଟିଭିରେ ‘ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ସ କି ଖୋଜ୍’ ଏବଂ ପରେ ଷ୍ଟାର୍ ଭାରତରେ ପ୍ରସାରିତ ‘ଜୟ କହ୍ନେୟା ଲାଲ୍ କି’ ଏବଂ ଆଣ୍ଡ୍ ଟିଭିରେ ପ୍ରସାରିତ ‘ବିଟ୍ଟୀ ବିଜ୍ନେସ୍ୱାଲି’ରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ‘ଏମ୍ଟିଭି’ରେ ପ୍ରସାରିତ ରିଅଲିଟି ଶୋ’ ‘ଏସ୍ ଅଫ୍ ସ୍ପେସ୍-୨’ରେ ମଧ୍ୟ ସାମିଲ ହୋଇଥିଲେ ।

ଗତ ଜୁନ୍ ୩ରେ ବାବୁସାନ୍ଙ୍କ ସହିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମମ୍’ରେ ନଜର ଆସିଥିଲେ ପ୍ରକୃତି I ତେବେ ନିକଟରେ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ଖୁବ ବିବାଦୀୟ ହୋଇ ସେ ଚର୍ଚାକୁ ଆସିଥିଲେ I ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲା ଥାନାରେ ବିଚାରାଧୀନ ରହିଛି I ଏହି ବିବାଦ ଯୋଗୁଁ ସୋସିଆଲ ମିଡିଆରେ ପ୍ରକୃତିଙ୍କ କ୍ରେଜ ମଧ୍ୟ ବହୁତ ବଢିଯାଇଥିଲା I ଯେଉଁଥିପାଇଁ ହୁଏତ ଏହି ବିବାଦୀୟ ଶୋ ରେ ପ୍ରକୃତିଙ୍କୁ ଅଫର୍ କରି ପାରନ୍ତି ବିଗ୍ ବସ୍ । ହେଲେ ଏ ଯାଏଁ ପ୍ରକୃତି କିଛି ସ୍ପଷ୍ଟ କରି ନାହାନ୍ତି ।




