ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

ଭୁବନେଶ୍ୱର : ଓଡ଼ିଆ ସିନେମା ଅଭିନେତା ପିଣ୍ଟୁନନ୍ଦ ଅସୁସ୍ଥ I ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥାଇ ଗୁରୁତର ହୋଇପଡିଛନ୍ତି I ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି। ସୂଚନାନୁସାରେ, ତାଙ୍କ ଅବସ୍ଥା ଖରାପ ହେବା ପରେ ନନ୍ଦାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେବାକୁ ତାଙ୍କ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଆ ସିନେମା ଅଭିନେତା ପିଣ୍ଟୁନନ୍ଦ ଅସୁସ୍ଥ I ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥାଇ ଗୁରୁତର ହୋଇପଡିଛନ୍ତି I ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି। ସୂଚନାନୁସାରେ, ତାଙ୍କ ଅବସ୍ଥା ଖରାପ ହେବା ପରେ ନନ୍ଦାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେବାକୁ ତାଙ୍କ ପରିବାରକୁ ପରାମର୍ଶ ଦିଆଯାଇଛି I ତେବେ ଏହି ଚିକିତ୍ସା ବାବଦକୁ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।ଭୁବନେଶ୍ୱରର ଏକ ଘରୋଇ ମେଡିକ୍ୟାଲରେ ଚିକିତ୍ସା ହେଉଥିଲେ ଗତକାଲି ତାଙ୍କୁ ଡ଼ିସଚାର୍ଜ କରାଯାଇଛି। ଏହି ଲୋକପ୍ରିୟ ଅଭିନେତା ଅନେକ ଓଡ଼ିଆ ଆଲବମ, ସିନେମା ସହିତ ଓଡ଼ିଆ ଟେଲି ସିରିଏଲ ଓ ରିଏଲିଟି ସୋ ମଧ୍ୟ କରିଛନ୍ତି I

Tags: