୩୧ ତାରିଖ ପୂର୍ବରୁ ରାସନ କାର୍ଡ ଫେରାଓ ନହେଲେ କାର୍ଯ୍ୟାନୁଷ୍ଠାନ – ମନ୍ତ୍ରୀ

ଭୁବନେଶ୍ୱର : ରାସନ କାର୍ଡ ସମ୍ପର୍କରେ ବଡ଼ ଅପଡେଟ । ରାସନ କାର୍ଡ ଫେରାଇବା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ପୁଣି ଥରେ ଆବେଦନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜାନୁଆରୀ ୩୧ରେ ଇ – କେୱାଇସି ଶେଷ ହେବ । ଯେଉଁମାନେ ରାସନ ପାଇଁ ଅଯୋଗ୍ୟ ଏହି ତାରିଖ ମଧ୍ୟରେ କାର୍ଡ ସରେଣ୍ଡର କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ୩୧ରେ ଇ-କେଓ୍ବାଇସି ମଧ୍ୟରେ ରାସନ୍‌ କାର୍ଡ ଫେରସ୍ତ କଲେ କୌଣସି କାର୍ଯ୍ୟାନୁଷ୍ଠାନ […]

Samaya Live Picture
Published On

ଭୁବନେଶ୍ୱର : ରାସନ କାର୍ଡ ସମ୍ପର୍କରେ ବଡ଼ ଅପଡେଟ । ରାସନ କାର୍ଡ ଫେରାଇବା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ପୁଣି ଥରେ ଆବେଦନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜାନୁଆରୀ ୩୧ରେ ଇ – କେୱାଇସି ଶେଷ ହେବ । ଯେଉଁମାନେ ରାସନ ପାଇଁ ଅଯୋଗ୍ୟ ଏହି ତାରିଖ ମଧ୍ୟରେ କାର୍ଡ ସରେଣ୍ଡର କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ୩୧ରେ ଇ-କେଓ୍ବାଇସି ମଧ୍ୟରେ ରାସନ୍‌ କାର୍ଡ ଫେରସ୍ତ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ, ଇ-କେଓ୍ବାଇସି ଯାଞ୍ଚ ଜାରି ରହିଥିବା ବେଳେ, ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି । ଡାକ୍ତର, ଇଂଜିନିୟରଙ୍କଠୁ ଆରମ୍ଭ କରି ଶିକ୍ଷକ ଓ ରାଜସ୍ୱ ନିରୀକ୍ଷକ, ଯାଏ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ରାଜ୍ୟରେ ରାସନ କାର୍ଡ ହାତେଇଛନ୍ତି । ବର୍ଷ ବର୍ଷ ଧରି ଏହି କାର୍ଡରେ ରାସନ ଚଳୁ କରୁଛନ୍ତି । ଏପଟେ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାକୁ ବର୍ଷ ବର୍ଷ ଅପେକ୍ଷା କରି ବସିଛନ୍ତି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ତେଣୁ ନିଜ ତରଫରୁ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି ପୂର୍ବରୁ ନିଜର କାର୍ଡ ଫେରସ୍ତ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ ।

ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି । ପ୍ରାୟ ୪୧ ଲକ୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ଇକେଓ୍ବାଇସି କରିନାହାନ୍ତି । ଏହା ପରେ ହିଁ ସ୍ପଷ୍ଟ ହୋଇପାରିବ ଯେ, କେତେ ଭୂତ ରାସନକାର୍ଡଧାରୀ ରହିଛନ୍ତି ।

Tags: