ପାନୀୟ ପ୍ରକଳ୍ପ କାମ ବିଳମ୍ବ ହେଲେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପାନୀୟ ଜଳ ଯୋଗାଣରେ ବିଳମ୍ବ କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ଯେ ପାନୀୟ ଜଳ କାମରେ ଠିକା କମ୍ପାନୀ ବିଳମ୍ବ କଲେ ହେବ ଏଫଆଇଆର ହେବ ସହ ଠିକ ସମୟରେ କାମ ନ କଲେ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯିବ। ରାଜ୍ୟରେ ଚାଲିଥିବା ମେଗା ପାନୀୟ […]

Samaya Live Picture
Published On

ଭୁବନେଶ୍ୱର : ପାନୀୟ ଜଳ ଯୋଗାଣରେ ବିଳମ୍ବ କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ଯେ ପାନୀୟ ଜଳ କାମରେ ଠିକା କମ୍ପାନୀ ବିଳମ୍ବ କଲେ ହେବ ଏଫଆଇଆର ହେବ ସହ ଠିକ ସମୟରେ କାମ ନ କଲେ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯିବ। ରାଜ୍ୟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା ।

ପୂର୍ବ ସରକାର ସମୟରେ ପ୍ରକଳ୍ପ କାମ ପାଇଁ ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ, ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା । ଘଟଣା ଜାଣିବା ପରେ ସରକାର ଫାଇନ୍‌ କରିଛନ୍ତି । ଏବେ ୭ ଦିନ ଭିତରେ କମ୍ପାନି ମୁଖ୍ୟଙ୍କୁ ଡକା ହୋଇଛି । ଠିକ୍‌ ସମୟରେ କାମ ନକଲେ କମ୍ପାନିକୁ ବ୍ଲାକ୍‌ ଲିଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

୨୦୨୫ ମାର୍ଚ୍ଚ ସୁଦ୍ଧା ୭୨ ପ୍ରତିଶତ ପ୍ରକଳ୍ପ ସରିବାର ଥିଲା, ୫୨ଟି ସରିଛି । ଜୁନ୍ ସୁଦ୍ଧା ୭୨ଟି ସାରିବାକୁ ଲକ୍ଷ୍ୟ ରଖିଛୁ । ୨୦୨୬ ସୁଦ୍ଧା ଆଉ ୪୦ଟି ପ୍ରକଳ୍ପ ସାରିବୁ । ପାହାଡ଼ିଆ ଅଞ୍ଚଳର ଲୋକ ଯେମିତି ପାଣି ପାଇବେ ସେ ନେଇ ବିଭାଗ କାମ କରୁଛି ।

ସେହିପରି ମହାନଦୀ ଅବବାହିକାରେ ୭ ଟି ବ୍ୟାରେଜ ନିର୍ମାଣ ହେବ ବୋଲି ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।

 

Tags: