ଫେରସ୍ତ ହେବ ଅଧିଗ୍ରହଣ ଜମି – ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର : ଫେରିବ ବେଦାନ୍ତ ଜମି । ଘରୋଇ ଭାବେ ଅଧିଗ୍ରହଣ ହୋଇଥିବା ଜମି ଫେରସ୍ତ ହେବ । ୨୦୦୬ ମସିହାରେ ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଚାଷୀଙ୍କୁ ଫେରାଇ ଦିଆଯିବ । ଦିନେ ଦୁଇ ଦିନ ଭିତରେ ଚାଷୀ ମାନଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯିବ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଜମିଜମା ରେକର୍ଡରେ […]
ଭୁବନେଶ୍ବର : ଫେରିବ ବେଦାନ୍ତ ଜମି । ଘରୋଇ ଭାବେ ଅଧିଗ୍ରହଣ ହୋଇଥିବା ଜମି ଫେରସ୍ତ ହେବ । ୨୦୦୬ ମସିହାରେ ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଚାଷୀଙ୍କୁ ଫେରାଇ ଦିଆଯିବ । ଦିନେ ଦୁଇ ଦିନ ଭିତରେ ଚାଷୀ ମାନଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯିବ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଜମିଜମା ରେକର୍ଡରେ ସଂଶୋଧନ କରାଯିବ । ସରକାରୀ ଜମି ସରକାରଙ୍କୁ ଫେରସ୍ତ ହେବ । ଫେରି ପାଉଥିବା ଜମିକୁ ସମ୍ପୃକ୍ତ ଲୋକଙ୍କ ନାଁରେ ପଞ୍ଜିକୃତ କରାଯିବ ।
ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପାଇଥିବା ଜମି ଲୋକଙ୍କୁ ଫେରସ୍ତ ହେବ । ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ବେଦାନ୍ତ ଭିନ୍ନ ଭିନ୍ନ ସମୟରେ କେଉଁ ନାଁରେ ଜମି ଅଧିଗ୍ରହଣ ହେବ,କେଉଁ ନାଁରେ ବିଶ୍ଵବିଦ୍ୟାଳୟ ହେବ ନାଁ ପରିବର୍ତ୍ତନ କରିଥିଲା । ଏମଓୟୁ ହେବା ପରେ ତିନିଥର ନାଁ ପରିବର୍ତ୍ତନ ହୋଇଥିଲା । ଏଥିପାଇଁ ୨୨ ଗାଁର ଲୋକେ ବାସଚ୍ୟୁତ ହୋଇଥିଲେ । ୪ ହଜାର ଶହେ ୭୮.୮୪ ଏକର ଘରୋଇ ଜମି ଦିଆଯାଇଥିଲା । ୬୪୨.୦୨ ସରକାରୀ ଜମି ଲିଜ୍ ସାଙ୍କସନ ହୋଇଥିଲା । ବାସଚ୍ୟୁତ ଲୋକଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ୨୦୨୩ ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରି ସମସ୍ତଙ୍କ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାକୁ ବିରୋଧ କରି ବେଦାନ୍ତ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାୟମ ରଖିଥିଲେ ।
ତତ୍କାଳୀନ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିଲା । ବିଶ୍ବବିଦ୍ୟାଳୟ ନ ହେବାରୁ ଜମି ଫେରସ୍ତ ଦିଆଯିବ ବୋଲି ସେ କହିଛନ୍ତି । ମୋଟ ୩୩୪୨.୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା। ଜମିହରାଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ।ଏ ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିନେ ଦୁଇ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ। ଲୋକଙ୍କୁ ସେମାନଙ୍କ ଜମି ମିଳିବ। ଲୋକ ତାକୁ ଦଖଲକୁ ନେବେ। ଫେରି ପାଉଥିବା ଜମିକୁ ସଂପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକୃତ କରାଯିବ। ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।




