ପୂର୍ବ ଶତ୍ରୁତାରୁ ବାପ-ପୁଅଙ୍କୁ ଏସିଡ ମାଡ଼

କନ୍ଧମାଳ : ଏସିଡ ଆକ୍ରମଣରେ ୩ ଗୁରୁତର I ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଏସିଡ ମାଡ଼ ହୋଇଥିବା ଜଣାପଡିଛି I ପ୍ରମୋଦ ସାହୁ ନାମକ ବ୍ୟକ୍ତି ଏହି ଏସିଡ୍ ମାଡ଼ କରିଥିବା ସୂଚନା ରହିଛି । ଗୁରୁତର ବାପା ଚନ୍ଦ୍ର ମହାନ୍ତି ଓ ପୁଅ ସୁରଜ କୁମାରଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଟାଉନ ଥାନା ଶଶି ପାନ ଦୋକାନ ନିକଟରେ ଚନ୍ଦ୍ର ମହାନ୍ତିଙ୍କ ପୁଅ ସୁରଜ୍ ମହାନ୍ତି […]

Samaya Live Picture
Published On

କନ୍ଧମାଳ : ଏସିଡ ଆକ୍ରମଣରେ ୩ ଗୁରୁତର I ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଏସିଡ ମାଡ଼ ହୋଇଥିବା ଜଣାପଡିଛି I ପ୍ରମୋଦ ସାହୁ ନାମକ ବ୍ୟକ୍ତି ଏହି ଏସିଡ୍ ମାଡ଼ କରିଥିବା ସୂଚନା ରହିଛି । ଗୁରୁତର ବାପା ଚନ୍ଦ୍ର ମହାନ୍ତି ଓ ପୁଅ ସୁରଜ କୁମାରଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

କନ୍ଧମାଳ ଟାଉନ ଥାନା ଶଶି ପାନ ଦୋକାନ ନିକଟରେ ଚନ୍ଦ୍ର ମହାନ୍ତିଙ୍କ ପୁଅ ସୁରଜ୍ ମହାନ୍ତି ଓ ଜଣେ ସାଙ୍ଗ ସାଙ୍ଗ ରାକେଶ ମିଶ୍ର ବସିଥିବାବେଳେ ଅଭିଯୁକ୍ତ ପ୍ରମୋଦ ସାହୁ ତାଙ୍କ ଉପରେ ଏକ ଢାଳରେ ଏସିଡ ଆଣି ପକାଇଥିଲା । ଏହା ଶୁଣି ସୁରଜଙ୍କ ବାପା ଚନ୍ଦ୍ର ମହାନ୍ତି ଘଟଣାସ୍ଥଳକୁ ଆସିବାବେଳେକୁ ଅଭିଯୁକ୍ତ ତାଙ୍କୁ ମଧ୍ୟ ଏସିଡ ମାଡ଼ କରିଥିଲା I ଏଥିରେ ଉଭୟ ବାପା , ପୁଅଙ୍କ ସହିତ ରାକେଶ ମିଶ୍ର ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ତେବେ ସ୍ଥାନୀୟ ଲୋକଙ୍କ ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ I ଏଥିରେ ପ୍ରମୋଦ ସାହୁ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରମୋଦ ସାହୁଙ୍କୁ ହସ୍ପିଟାଲ ନେବା ସହ ଘଟଣାର ତଦନ୍ତ ଜାରି ରଖିଛି।

Tags: