ରାଜ୍ୟରେ ଚଳିତ ବନ୍ୟାର କ୍ଷୟକ୍ଷତି ଆକଳନ ରିପୋର୍ଟ , ଚାଷୀକୂଳ ବିଶେଷ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଫଳରେ ବର୍ଷା ଜାରି ରହିଥିଲା I ଏହାସହ ଉପରମୁଣ୍ଡ ଝାରଖଣ୍ଡ ଓ ଛତିଶଗଡ଼ ରେ ମଧ୍ୟ ଲାଗାଁ ବର୍ଷ ଯୋଗୁଁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇ ଯାଇଛି I ବର୍ତ୍ତମାନ ରାଜ୍ୟରେ ମୌସୁମୀ ବର୍ଷା ନ ଥିବାରୁ ଚାରିଆଡେ ପାଗ ଶୁଖିଲା ରହିଛି I ବଢି ପାଣି ଛାଡିବା ପରେ ରାଜ୍ୟ ସରକାର ବନ୍ୟା ଜନିତ କ୍ଷୟକ୍ଷତି ର ଆକଳନ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଫଳରେ ବର୍ଷା ଜାରି ରହିଥିଲା I ଏହାସହ ଉପରମୁଣ୍ଡ ଝାରଖଣ୍ଡ ଓ ଛତିଶଗଡ଼ ରେ ମଧ୍ୟ ଲାଗାଁ ବର୍ଷ ଯୋଗୁଁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇ ଯାଇଛି I ବର୍ତ୍ତମାନ ରାଜ୍ୟରେ ମୌସୁମୀ ବର୍ଷା ନ ଥିବାରୁ ଚାରିଆଡେ ପାଗ ଶୁଖିଲା ରହିଛି I ବଢି ପାଣି ଛାଡିବା ପରେ ରାଜ୍ୟ ସରକାର ବନ୍ୟା ଜନିତ କ୍ଷୟକ୍ଷତି ର ଆକଳନ କରିଛନ୍ତି I ଏହି ରିପୋର୍ଟ ଅନୁସାରେ ପ୍ରତିଥର ଭଳି ଏଥର ମଧ୍ୟ ଚାଷୀ କୂଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି I ତେବେ ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଯାଇଛି । ବନ୍ୟା ଓ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ୧୦ଟି ଜିଲ୍ଲାର ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଜମିରେ ଚାଷ କ୍ଷତି ହୋଇଥିବା ସୂଚନା ରହିଛି। ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାକୁ ଯଥାଶୀଘ୍ର ସଅଳ କିସମ ବିହନ, ସେପ୍ଟେମ୍ବର ସୁଦ୍ଧା ଡାଲିଜାତୀୟ, ଚିନାବାଦାମ ବିହନ ଯୋଗାଇବା ପାଇଁ ବିହନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି।

ଖରିଫ ଫସଲ ଏବଂ ପ୍ରାଣୀଧନ ଓ ମତ୍ସ୍ୟ ସମ୍ପଦର ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ବେଳେ ଏହା କୁହାଯାଇଛି। ଏଥିରେ ହାଇବ୍ରିଡ ପରିବା, ଫୁଲକୋବି, ବନ୍ଧାକୋବି ବିହନ ଯୋଗାଇ ଦିଆଯିବା ନେଇ ଗୁରୁତ୍ବ ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ଫସଲ ବୀମା ଯୋଗାଇବା ପାଇଁ ସମ୍ପୃକ୍ତ କମ୍ପାନିମାନଙ୍କ ସହିତ ଆଲୋଚନା ଲାଗି ଅଧିକାରୀଙ୍କୁ କୁହାଯାଇଥିଲା।

ଅନ୍ୟପଟେ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ୩୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୋଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Tags: