ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ ,ପିଲାଙ୍କୁ ମିଳିବ ଗ୍ରେସ ମାର୍କ

ଭୁବନେଶ୍ୱର : ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ । ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଛି ବୋଲି ମାନିଲେ କର୍ତ୍ତୃପକ୍ଷ । ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ । ‘ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି’ବୋଲି କହିଲେ । ତେବେ କେଉଁଠି ତ୍ରୁଟି ରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ […]

Samaya Live Picture
Published On

ଭୁବନେଶ୍ୱର : ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ । ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଛି ବୋଲି ମାନିଲେ କର୍ତ୍ତୃପକ୍ଷ । ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ । ‘ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି’ବୋଲି କହିଲେ । ତେବେ କେଉଁଠି ତ୍ରୁଟି ରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା । କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି ବୋଲି କହିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ମୋଟ ୧୯ ନମ୍ବର ଚଏସ୍‌ ଡେଫିସିଟ ରହିଛି । ଯେଉଁ ପିଲା ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପ୍‌ଟ କରିଥିବେ ତାହାର ପୂରା ମାର୍କ ପାଇବେ । ତେବେ ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇନଥିବା ପିଲା ମାନଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ I ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍‌ ମାର୍କ ମିଳିବ ନାହିଁ । ଏକ୍ସ ରେଗୁଲାର ପିଲାଙ୍କର କୌଣସି ଅସୁବିଧା ହୋଇନାହିଁ,ପିଲାମାନେ ବହୁତ ଭଲ କରିଛନ୍ତି I ପ୍ରଶ୍ନପତ୍ର ତିଆରିରେ କେଉଁଠି ତ୍ରୁଟି ରହିଲା ତାହାର ଯାଞ୍ଚ ନିହାତି କରାଯିବ ବୋଲି କହିଛନ୍ତି I

ଅନ୍ୟପଟେ ଗୋଟିଏ ଦିନରେ ବାହାରିବ +୨ ପରୀକ୍ଷା ଫଳ I ମାର୍ଚ୍ଚ ୨୦ ରେ ସରୁଛି +୨ ପରୀକ୍ଷା I ମାର୍ଚ୍ଚ ୨୨ ରୁ ଖାତା ଦେଖା ଆରମ୍ଭ ହୋଇ ମେ ୧୫ ରେ ପରୀକ୍ଷା ଫଳ ପ୍ରକାଶ ପାଇବ I ଦୁଇଟି ପର୍ଯ୍ୟାୟରେ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨ରେ ଖାତାଦେଖା ସରିବ I ଖାତା ଦେଖାରେ ନିୟୋଜିତ ହେବେ ୧୫ ହଜାର ଆଧ୍ୟାପକ I

Tags: