ଦୂତୀଙ୍କ ଖୁଲାସା, ମୁଁ କ୍ୟାନସର ଔଷଧ ଖାଉଥିଲି

ଭୁବନେଶ୍ୱର : ଡୋପ ଟେଷ୍ଟରେ ବିଫଳ ହେବା ପରେ ଦୂତୀଙ୍କ ଖୁଲାସା I ଷ୍ଟେଜ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତୀ ଚାନ୍ଦ । ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରି,ଡାକ୍ତରଙ୍କ ପରାମର୍ଶରେ ନିୟମିତ ମେଡିସିନ୍ ଖାଉଥିଲି । ସେଥିରେ ଡୋପିଂ ଥିବା ଡାକ୍ତର କହି ନ ଥିଲେ’ । ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ୪ ବର୍ଷ ପାଇଁ ବାସନ୍ଦ ହୋଇଥିବା ଦୂତି ଚାନ୍ଦ ଏପରି ଚାଞ୍ଚଲ୍ୟକର […]

Samaya Live Picture
Published On

ଭୁବନେଶ୍ୱର : ଡୋପ ଟେଷ୍ଟରେ ବିଫଳ ହେବା ପରେ ଦୂତୀଙ୍କ ଖୁଲାସା I ଷ୍ଟେଜ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତୀ ଚାନ୍ଦ । ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରି,ଡାକ୍ତରଙ୍କ ପରାମର୍ଶରେ ନିୟମିତ ମେଡିସିନ୍ ଖାଉଥିଲି । ସେଥିରେ ଡୋପିଂ ଥିବା ଡାକ୍ତର କହି ନ ଥିଲେ’ । ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ୪ ବର୍ଷ ପାଇଁ ବାସନ୍ଦ ହୋଇଥିବା ଦୂତି ଚାନ୍ଦ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

ଓଡ଼ିଆ ଆଥଲେଟ ଦୂତୀଙ୍କ କହିବା ଅନୁସାରେ ୨୦୨୧ରେ ତାଙ୍କ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ସହ ଅଲିମ୍ପିକ୍ସ ଚାଲିଥିବାରୁ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିଲା । ଟୋକିଓରୁ ଆସିବା ପରେ ଯନ୍ତ୍ରଣା ବଢିଯାଇଥିଲା । ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମଆରଆଇରେ କର୍କଟ ଆକ୍ରାନ୍ତ ହୋଇଥିବା ଧରାପଡ଼ିଥିଲା ବୋଲି କହିଛନ୍ତି ଦୂତି ଚାନ୍ଦ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଷ୍ଟେଜ୍-୧ କର୍କଟ ହୋଇଥିବା ଜଣାପଡ଼ିଥିବା କହିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ । ଏହି ସମୟରେ କ୍ୟାନସର ହୋଇଥିବା ଯୋଗୁଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ତାଙ୍କୁ ଜଣା ନଥିଲା ବୋଲି ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆଥଲେଟ୍ ଦୂତୀ ଚାନ୍ଦ କହିଛନ୍ତି । ଛୁଟିରେ ମୁଁ ଘରେ ଥିବାବେଳେ ଗତବର୍ଷ ନଭେମ୍ବରରେ ମୋର ସାମ୍ପୁଲ ନିଆଯାଇଥିଲା । ଏହାପରେ ନାଡା ତାଙ୍କ ଠାରୁ ନମୁନା ସଂଗ୍ରହ କରିଥିଲା । ଏଥିରେ ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ଦୂତୀ ।

ଏହାସହ ବାସନ୍ଦକୁ ନେଇ ଦୂତୀ କହିଛନ୍ତି, ଏଥିପାଇଁ ମୁଁ ବହୁତ ଦୁଃଖିତ । ଅଲିମ୍ପିକ୍ସରୁ ଫେରିବା ପରେ ଅଧିକ ଯନ୍ତ୍ରଣା ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ପରେ ଉପଶମ ମିଳିଛି । ଡାକ୍ତରଙ୍କ ପରାମର୍ଶରେ ୧୦ ଦିନ ଔଷଧ ଖାଇଛି । ଏବେ ବି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ତାହା ଜାଣିନାହିଁ । ୨୫ ପୃଷ୍ଠାର ନୋଟିସ ମୋ ପାଖକୁ ଆସିଛି । ଏନେଇ ଆଗାମୀ ୨୧ ଦିନ ମଧ୍ୟରେ ଅପିଲ କରିବୁ ।

୪ ବର୍ଷର ବ୍ୟାନ୍ ଲଗାଇବା ମୋ ପ୍ରତି ଅନ୍ୟାୟ । ମୋ ଉପରୁ ବ୍ୟାନ୍ ହଟାଇବାକୁ ଅପିଲ କରିବି । ଏବେ ମୁଁ ମାନସିକ ଭାବେ ଅସୁସ୍ଥ ଅଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ନ୍ୟାୟ ମିଳିବ । ମୋତେ ନ୍ୟାୟ ମିଳିଲେ ମୁଁ ଟ୍ରାକକୁ ଫେରିବି ବୋଲି କହିଛନ୍ତି ଦୂତୀ ଚାନ୍ଦ ।

Tags: