ପୁରୀର ୪ ଟି କେନ୍ଦ୍ର ରେ ହବିଷ୍ୟାଳୀ ମା’ ମାନଙ୍କ ରହଣି ବ୍ୟବସ୍ଥା

ଭୁବନେଶ୍ବର: ଚଳିତ ବର୍ଷ ଅକ୍ଟୋବର ମାସ ୭ ତାରିଖ ରୁ ଆରମ୍ଭ ହେବ ହବିଷ ବ୍ରତ। ଏହା ଏକ ମାସ ପର୍ଯ୍ୟନ୍ତ ଚାଲିବ। ଏନେଇ ଅନଲାଇନ ମାଧ୍ୟମରେ ପଞିକରଣ କରାଯିବ। ହବିଷ୍ୟାଳୀ ମା ମାନଙ୍କୁ ୪ ଗୋଟି ରହଣି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟସ୍ଥଳ ରେ ରଖାଯିବ ବୋଲି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ହବିଷ […]

ପୁରୀର ୪ ଟି କେନ୍ଦ୍ର ରେ ହବିଷ୍ୟାଳୀ ମା’  ମାନଙ୍କ ରହଣି ବ୍ୟବସ୍ଥା
Samaya Live Picture
Published On

ଭୁବନେଶ୍ବର: ଚଳିତ ବର୍ଷ ଅକ୍ଟୋବର ମାସ ୭ ତାରିଖ ରୁ ଆରମ୍ଭ ହେବ ହବିଷ ବ୍ରତ। ଏହା ଏକ ମାସ ପର୍ଯ୍ୟନ୍ତ ଚାଲିବ। ଏନେଇ ଅନଲାଇନ ମାଧ୍ୟମରେ ପଞିକରଣ କରାଯିବ। ହବିଷ୍ୟାଳୀ ମା ମାନଙ୍କୁ ୪ ଗୋଟି ରହଣି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟସ୍ଥଳ ରେ ରଖାଯିବ ବୋଲି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସୂଚନା ଦେଇଛନ୍ତି।

ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ହବିଷ ବ୍ରତ କାର୍ଯ୍ୟ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ହବିଷ୍ୟାଳୀ ମାନଙ୍କର ସେବା କୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି କହିଛନ୍ତି । ଏଠି ନିମନ୍ତେ ହବିଷ୍ୟାଳୀ କେନ୍ଦ୍ର ଗୁଡିକ ହବିଷ ବ୍ରତ ଆରମ୍ଭ ପୂର୍ବରୁ ପ୍ରସ୍ତୁତ ରଖିବା, ମା ମାନଙ୍କର ଭଲ ଭାବେ ରହଣି ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ଆଲୋକ ବ୍ୟବସ୍ଥା,ସ୍ବାସ୍ଥ୍ୟ ସେବା ଇତ୍ୟାଦିକୁ ସୁନିଶ୍ଚିତ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀ ମାନେ ଏହାକୁ ଅନୁଧ୍ୟାନ କରିଛନ୍ତି।

Tags: