ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ ଆରମ୍ଭ

ଭୁବନେଶ୍ୱର : ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ବରରେ ହେବାକୁ ଯାଉଛି ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା । ଲୋକସେବା ଭବନ ସ୍ଥିତ କନଭେନସନ ହଲରେ ଅନୁଷ୍ଠିତ ହେବ କର୍ମଶାଳା । ଏହାକୁ ସବୁ ଦିଗରୁ ସଫଳ କରିବା ଲାଗି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ “ନ୍ୟାସନାଲ ମେଡିଏସନ କର୍ମଶାଳା”ରେ ଯୋଗ ଦେବାକୁ […]

ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ ଆରମ୍ଭ
Samaya Live Picture
Published On

ଭୁବନେଶ୍ୱର : ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ବରରେ ହେବାକୁ ଯାଉଛି ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା । ଲୋକସେବା ଭବନ ସ୍ଥିତ କନଭେନସନ ହଲରେ ଅନୁଷ୍ଠିତ ହେବ କର୍ମଶାଳା । ଏହାକୁ ସବୁ ଦିଗରୁ ସଫଳ କରିବା ଲାଗି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ “ନ୍ୟାସନାଲ ମେଡିଏସନ କର୍ମଶାଳା”ରେ ଯୋଗ ଦେବାକୁ ଥିବା ଅତିଥି, ସେମାନଙ୍କ ରହଣି, ଆତିଥେୟତା ଓ କର୍ମଶାଳା ଆୟୋଜନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିଭିନ୍ନ ସମୟରେ ଛୋଟୋମୋଟ କାରଣ ନେଇ ଲୋକମାନେ କୋଟ କଚେରୀର ଦ୍ଵାରସ୍ଥ ହେଉଛନ୍ତି । ଏଥିଯୋଗୁଁ ନ୍ୟାୟାଳୟ ଉପରେ ଅଯଥା ଚାପ ବଢିବା ସହିତ ପ୍ରକୃତ ନ୍ୟାୟ ମିଳିବାରେ ବହୁ ବିଳମ୍ବ ହେଉଛି । କେବଳ ଏହି କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଫଇସଲା ମଧ୍ୟ ବିଳମ୍ବିତ ହେଉଛି । ତେଣୁ ଭାରତ ସରକାରଙ୍କ ପକ୍ଷରୁ ଆସିଥିବା ମଧ୍ୟସ୍ଥତା ମାଧ୍ୟମରେ ମକଦମା ଗୁଡିକର ଆପୋସ ସମଧାନ ଏକ ଉତ୍ତମ ମାର୍ଗ ।

ଆସନ୍ତା ୨୮ ତାରିଖରେ ଏଠାରେ ହେବାକୁ ଥିବା ଜାତୀୟ କର୍ମଶାଳ ଏହା ଉପରେ ଅଧିକ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ପ୍ରଥମ ଥର ଲାଗି ଏଠାରେ ଆୟୋଜିତ ଏହି କର୍ମଶାଳାକୁ ସଫଳ କରିବା ସହ ଯୋଗ ଦେଉଥିବା ପ୍ରତିନିଧିମାନେ ଯେପରି ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ ଓ ଆତିଥେୟତାର ଭଲ ସ୍ମୃତି ନେଇ ପ୍ରତ୍ୟାବର୍ତ୍ତନ କରିବେ ସେଥିଲାଗି ଯତ୍ନବାନ ହେବା ଲାଗି ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ ।

Tags: