ପଥ ସମ୍ମୋହନ ପାଇଁ ବଢୁଛି ଦୁର୍ଘଟଣା ,୫ ରୁ ୧୦ ମିନିଟ ବିଶ୍ରାମ ନେବାକୁ ଗାଡି ଚାଳକଙ୍କୁ ପରାମର୍ଶ

ଭୁବନେଶ୍ୱର : ଏଣିକି ଗାଡି ଚାଲାକ ମଝିରେ ନେଇ ପାରିବେ ବିଶ୍ରାମ I ଅଢେଇ ଘଣ୍ଟା ଗାଡି ଚଳାଇବା ପରେ ୫ ରୁ ୧୦ ମିନିଟ ବିଶ୍ରାମ ନେବାକୁ ରାଜ୍ୟ ପରିବହନ ନିଗମ ଦେଇଛନ୍ତି ପରାମର୍ଶ I ପ୍ରତିବର୍ଷ ସଡକ ଦୁର୍ଘଟଣାରେ ହାରାହାରି ୨ ହଜାର ଲୋକଙ୍କ ଜୀବନ ଯାଉଛି I ଏହାକୁ ରୋକିବାକୁ ଏଭଳି ପରାମର୍ଶ ଜାରି କରାଯାଇଛି I ପଥ ସମ୍ମୋହନ ବା ରୋଡ଼ ହିପ୍ନୋସିସ ଯୋଗୁଁ ଏହି ଦୁର୍ଘଟଣା ଘଟୁଛି I ରାଜପଥ […]

Samaya Live Picture
Published On

ଭୁବନେଶ୍ୱର : ଏଣିକି ଗାଡି ଚାଲାକ ମଝିରେ ନେଇ ପାରିବେ ବିଶ୍ରାମ I ଅଢେଇ ଘଣ୍ଟା ଗାଡି ଚଳାଇବା ପରେ ୫ ରୁ ୧୦ ମିନିଟ ବିଶ୍ରାମ ନେବାକୁ ରାଜ୍ୟ ପରିବହନ ନିଗମ ଦେଇଛନ୍ତି ପରାମର୍ଶ I ପ୍ରତିବର୍ଷ ସଡକ ଦୁର୍ଘଟଣାରେ ହାରାହାରି ୨ ହଜାର ଲୋକଙ୍କ ଜୀବନ ଯାଉଛି I ଏହାକୁ ରୋକିବାକୁ ଏଭଳି ପରାମର୍ଶ ଜାରି କରାଯାଇଛି I ପଥ ସମ୍ମୋହନ ବା ରୋଡ଼ ହିପ୍ନୋସିସ ଯୋଗୁଁ ଏହି ଦୁର୍ଘଟଣା ଘଟୁଛି I ରାଜପଥ ଗୁଡିକରେ ପଥସମ୍ମୋହନ ପ୍ରାୟତଃ ରାତିରେ ଘଟିଥାଏ I ଚାଳକର ଆଖି ଖୋଲା ଥିଲେ ମଧ୍ୟ ମସ୍ତିଷ୍କ ନିଜର ନିୟନ୍ତ୍ରଣ ହରାଇଥାଏ I ଦୀର୍ଘ ସମୟ ଧରି ଗାଡି ଚଲାଇଲେ ପଥସମ୍ମୋହନ ସ୍ଥିତିକୁ ଚାଲିଯାଇଥାଏ ଚାଳକ I ଏହି ସ୍ଥିତିକୁ ଏଡ଼ାଇବା ପାଇଁ ଗାଡି ଚାଲ ମାନଙ୍କୁ ମଝିରେ ବ୍ରେକ ନେବା ନିହାତି ଆବଶ୍ୟକ I ବ୍ରେକ ସମୟରେ ଚାଲାକ ମାନେ ମୁହଁ ଧୋଇ ,ରାସ୍ତାରେ ଚା,କଫି ଇତ୍ୟାଦି ପିଇବାକୁ ରାଜ୍ୟ ସଡକ ପରିବହନ କମିଶନର ପରାମର୍ଶ ଦେଇ ସଚେତନ କରାଇଛନ୍ତି I

୨୦୨୩ ରେ ପଥସମ୍ମୋହନ କାରଣରୁ ପଛପଟୁ ଗାଡିକୁ ଧକ୍କା ଦେବା, ଗାଡିକୁ ଗୋଟିଏ ପାଖରୁ ପିଟିବା, ରାସ୍ତାକଡ଼ ଗଛ ଓ ଖୁଣ୍ଟରେ ପିଟି ହେବା ଭଳି ଦୁର୍ଘଟଣାରେ ରାଜ୍ୟରେ ୧୮୪୫ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ଏ ଦିଗରେ ଉଭୟ ଚାଳକ, ଯାତ୍ରୀ ଓ ପରିବହନ କର୍ମଚାରୀଙ୍କୁ ସତର୍କ କରାଇଛି । ତଥ୍ୟ ଅନୁସାରେ ଗାଡ଼ିକୁ ପଛରୁ ଧକ୍କା ଦେଇ ୨୪୯୬ଟି ଘଟିଥିବା ଦୁର୍ଘଟଣାରେ ୧୧୯୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨୭୨ ଜଣ ଆହତ ହୋଇଛନ୍ତି ।ଗୋଟିଏ ପାଖରୁ ଗାଡ଼ିକୁ ଧକ୍କା ଦେଇ ଘଟିଥିବା ୬୩୯ଟି ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫୪ ଜଣ ଗୁରୁତର ହୋଇଛନ୍ତି ।

Tags: