ରଥ ଟଣାବେଳେ ଅଘଟଣ,ଭୋଇ ସେବକଙ୍କ ମୃତ୍ୟୁ
ପୁରୀ : ବାହୁଡା ଦିନ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ I ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି I ଶ୍ରୀକ୍ଷେତ୍ରରେ ବାହୁଡା ରଥ ଟଣା ସମୟରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡି ଛିଣ୍ଡି ଯିବାରୁ ନକୁଳ ଙ୍କ ସମେତ ୬ ଜଣ ଭୋଇ ସେବକ ଗୁରୁତର ହୋଇଥିଲେ I ମାର୍କେଟ ଛକରେ ଏହି ଅଘଟଣ ଘଟିଥିଲା। ରଥ ଦଉଡି ଛିଣ୍ଡି ଯାଇ ନାକୁଲଙ୍କୁ ମୁହଁରେ ବାଜି ଗଭୀର […]
ପୁରୀ : ବାହୁଡା ଦିନ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ I ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି I ଶ୍ରୀକ୍ଷେତ୍ରରେ ବାହୁଡା ରଥ ଟଣା ସମୟରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡି ଛିଣ୍ଡି ଯିବାରୁ ନକୁଳ ଙ୍କ ସମେତ ୬ ଜଣ ଭୋଇ ସେବକ ଗୁରୁତର ହୋଇଥିଲେ I ମାର୍କେଟ ଛକରେ ଏହି ଅଘଟଣ ଘଟିଥିଲା। ରଥ ଦଉଡି ଛିଣ୍ଡି ଯାଇ ନାକୁଲଙ୍କୁ ମୁହଁରେ ବାଜି ଗଭୀର ଆଘାତ ଲାଗିଥିଲା I ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ରେ ଭର୍ତି କରାଯାଇଥିଲା I ଏହାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଆଇସିୟୁ ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି I




