ଗଛ କାଟୁଥିବାବେଳେ ଦୁର୍ଘଟଣା, କଟିଲା ପାପୁଲି

ଗଛ କାଟୁଥିବାବେଳେ ଦୁର୍ଘଟଣା, କଟିଲା ପାପୁଲି
Ipsita Picture
By: Ipsita
Published On


କେନ୍ଦ୍ରାପଡା : କେନ୍ଦ୍ରାପଡାରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି, ଗଛ କାଟୁଥିବାବେଳେ ଜଣେ ବ୍ୟକ୍ତିଙ୍କର କଟିଗଲା ହାତ ପାପୁଲି ଓ ଆଙ୍ଗୁଠି । କେନ୍ଦ୍ରାପଡ଼ା ପୌରାଞ୍ଚଳ ୩ନଂ ୱାର୍ଡ ଅଧିନ ଚକଡ଼ାବାରଙ୍ଗ ଅଂଚଳରେ ଏହି ଘଟଣାଟି ଘଟିଥିବା ଜଣା ପଡିଛି । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଅଲେଖ ଖଟୁଆଙ୍କ ଚାଖୁଣ୍ଡା ଗଛ କାଟିବାକୁ ଏକ କାଠୁରିଆ ଠିକା ନେଇଥିଲେ । ହେଲେ ଗଛର ଡାଳ କାଟୁଥିବାବେଳେ ହଠାତ ରସିରେ ହାତ ଚାପା ଖାଇଯାଇ କଟରରେ ପାପୁଲି ଏବଂ ଆଙ୍ଗୁଠି କଟିଯାଇଥିଲା । ତେବେ ଘଟଣାସ୍ଥଳରେ  ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି କାଠୁରିଆକୁ ଉଦ୍ଧାର କରିଛନ୍ତି । ଗଛ ଅଧିକ ଉଚ୍ଚା ହୋଇଥିବାରୁ ଉପରୁ କାଠୁରିଆଙ୍କୁ ଲାଇଫ-ଜ୍ୟାକେଟ ସାହାଯ୍ୟରେ ତଳକୁ ଆଣିବାକୁ ପଡ଼ିଥିଲା । ଉଦ୍ଧାର ପାଇଁ ଅଗ୍ନୀଶମ ବାହିନୀଙ୍କୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ପରେ ଆହତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Tags: