ଏନଏଚ-୫୫ରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଏନଏଚ-୫୫ରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Ipsita Picture
By: Ipsita
Published On


ଢେଙ୍କାନାଳ : ପ୍ରତିଦିନ ଦୁର୍ଘଟଣାରେ ଏକାଧିକ ଜୀବନ ଯାଉଥିବା ଖବର ସାମନାକୁ ଆସୁଛି । ସେହିଭଳି ଏକ ଘଟଣା ଏନଏଚ-୫୫ରେ ଘଟିଥିବା ଜଣା ପଡିଛି । ଢେଙ୍କାନାଳ କଲେଜ ବାଇପାସର ଓଭର ବ୍ରିଜରେ ତିନୋଟି ଗାଡ଼ି ମଧ୍ୟରେ ପରସ୍ପର ଧକ୍କା ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣା ପଡିଛି । ସୂଚନା ଅନୁସାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିବା ପରେ ପ୍ରାୟ ଅଧ ଘଣ୍ଟା ସମୟ ଧରି ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଟାଉନ ପୁଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଉଦ୍ଧାର କରିବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।

Tags: