କାର-ପିକଅପ ମୁହାଁ ମୁହିଁ ଧକ୍କା: ୧୧ ଗୁରୁତର ଆହତ

ବାଲେଶ୍ୱର:ବ୍ୟାଣ୍ଡ ପାର୍ଟି ପିକଅପ ଗାଡି ସହିତ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୧ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ବଜାର ସିଙ୍ଗିଡ଼ି ଗ୍ରାମର ଗଜେନ୍ଦ୍ର ନାୟକ ନିଜ କାରରେ ବାଲେଶ୍ୱରରୁ ଘରକୁ ଫେରୁଥିବା ବେଳେ ଡୁଙ୍ଗୁରା ବଜାର ନିକଟରେ ଏକ ପିକଅପ ଗାଡିରେ ବ୍ୟାଣ୍ଡ ପାର୍ଟିର ଲୋକ ଥିବା ବେଳେ ମୁଁହାମୁଁହି ଧକ୍କା ହୋଇଥିଲା ଉଭୟ ଗାଡିରେ ଥିବା ୧୧ଜଣ ଗୁରୁତର ହୋଇ ପ୍ରଥମେ ଡୁଙ୍ଗୁରା […]

Samaya Live Picture
Published On

ବାଲେଶ୍ୱର:ବ୍ୟାଣ୍ଡ ପାର୍ଟି ପିକଅପ ଗାଡି ସହିତ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୧ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ବଜାର ସିଙ୍ଗିଡ଼ି ଗ୍ରାମର ଗଜେନ୍ଦ୍ର ନାୟକ ନିଜ କାରରେ ବାଲେଶ୍ୱରରୁ ଘରକୁ ଫେରୁଥିବା ବେଳେ ଡୁଙ୍ଗୁରା ବଜାର ନିକଟରେ ଏକ ପିକଅପ ଗାଡିରେ ବ୍ୟାଣ୍ଡ ପାର୍ଟିର ଲୋକ ଥିବା ବେଳେ ମୁଁହାମୁଁହି ଧକ୍କା ହୋଇଥିଲା ଉଭୟ ଗାଡିରେ ଥିବା ୧୧ଜଣ ଗୁରୁତର ହୋଇ ପ୍ରଥମେ ଡୁଙ୍ଗୁରା ପରେ ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତର ହୋଇଛନ୍ତି।

ଚିକିତ୍ସାଧୀନ ବ୍ୟକ୍ତିଙ୍କ ମଧ୍ୟରୁ କିଛି ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ବେଳେ ଅନ୍ୟମାନେ ବିପଦମୁକ୍ତ ଅଛନ୍ତି। ତେବେ ଦୁର୍ଘଟଣା ଘଟିବା ପରେ ପୋଲିସ ଘଟଣାସ୍ଥଳକୁ ତଦନ୍ତ ଆରମ୍ଭ କରିଛି। ଦେଖଣାହାରୀଙ୍କ କହିବା କଥାଦୁଇଟି ଯାକ ଗାଡିର ବେଗ ଅଧିକ ଥିଲା।କାର ଚାଳକ ଭରସାମ୍ୟ ହରାଇ ପିକଅପ ଗାଡିକୁ ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣା ଘଟିଥିଲା।

Tags: