ଇସ୍ପାତ କାରଖାନାରେ ଦୁର୍ଘଟଣା : ଜଣେ ମୃତ ୭ ଗୁରୁତର
ଯାଜପୁର: ଗରମ ତରଳ ଲୁହାରେ ପଡି ଜଣେ ଶ୍ରମିକ ମୃତ ଓ ୭ ଗୁରୁତର । ଏହି ଅଘଟଣ ଘଟିଛି ଯାଜପୁର ମୈଥନ କାରଖାନରେ । ମୃତକ ଜଣଙ୍କ ଉତ୍ତରପ୍ରଦେଶର । ଗୁରୁତରଙ୍କ ମଧ୍ୟରେ ଜଣେ ଓଡିଆ ରହିଛନ୍ତି । ସେ ଢେଙ୍କାନାଳର ହୋଇଥିବା ବେଳେ ଅନ୍ୟ ସମସ୍ତ ଶ୍ରମିକ ବାହାର ରାଜ୍ୟର ବୋଲି ଜଣାପଡିଛି । ସୂଚନା ମୁତାବକ ଗତକାଲି କ୍ରେନ୍ ଦ୍ୱାରା ହିଟ୍ ଲିକୁଇଡ୍ ସିଫ୍ଟ ମେଟାଲ କଲାବେଳେ ଶ୍ରମିକ ମାନଙ୍କ ଉପରେ ଗରମ […]
ଯାଜପୁର: ଗରମ ତରଳ ଲୁହାରେ ପଡି ଜଣେ ଶ୍ରମିକ ମୃତ ଓ ୭ ଗୁରୁତର । ଏହି ଅଘଟଣ ଘଟିଛି ଯାଜପୁର ମୈଥନ କାରଖାନରେ । ମୃତକ ଜଣଙ୍କ ଉତ୍ତରପ୍ରଦେଶର । ଗୁରୁତରଙ୍କ ମଧ୍ୟରେ ଜଣେ ଓଡିଆ ରହିଛନ୍ତି । ସେ ଢେଙ୍କାନାଳର ହୋଇଥିବା ବେଳେ ଅନ୍ୟ ସମସ୍ତ ଶ୍ରମିକ ବାହାର ରାଜ୍ୟର ବୋଲି ଜଣାପଡିଛି । ସୂଚନା ମୁତାବକ ଗତକାଲି କ୍ରେନ୍ ଦ୍ୱାରା ହିଟ୍ ଲିକୁଇଡ୍ ସିଫ୍ଟ ମେଟାଲ କଲାବେଳେ ଶ୍ରମିକ ମାନଙ୍କ ଉପରେ ଗରମ ତରଳ ଲୁହା ପଡିଯାଇଥିଲା । ବର୍ତ୍ତମାନ ଆହତ ମାନଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଏଭଳି ଘଟଣାକୁ ନେଇ କାରଖାନାରେ ଉତ୍ତେଜନା ଦେଖାଯାଇଛି ।




