ରୁଙ୍ଗଟା ମାଇନ୍ସରେ ଅଘଟଣ,୨ ଶ୍ରମିକ ମୃତ ୩ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ହିନ୍ଦୋଳ ରୁଙ୍ଗଟା ମାଇନ୍ସରେ ବଡ଼ ଧରଣର ଅଘଟଣ। ଭୁସୁଡ଼ିଲା ମେକାନିକାଲ ଷ୍ଟ୍ରକଚର I ଲୁହI ପ୍ଲେଟ ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ ୩ ଜଣ ଗୁରୁତର ହୋଇଛନ୍ତି I ଆଜି ସକାଳେ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି I ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି I ସୂଚନାନୁସାରେ, ଆଜି ସକାଳେ ରୁଙ୍ଗଟା ମାଇନ୍ସର ୮ ଓ ୯ ନମ୍ବର କିଲନ […]

Samaya Live Picture
Published On

ଢେଙ୍କାନାଳ : ଢେଙ୍କାନାଳ ହିନ୍ଦୋଳ ରୁଙ୍ଗଟା ମାଇନ୍ସରେ ବଡ଼ ଧରଣର ଅଘଟଣ। ଭୁସୁଡ଼ିଲା ମେକାନିକାଲ ଷ୍ଟ୍ରକଚର I ଲୁହI ପ୍ଲେଟ ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ ୩ ଜଣ ଗୁରୁତର ହୋଇଛନ୍ତି I ଆଜି ସକାଳେ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି I ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି I

ସୂଚନାନୁସାରେ, ଆଜି ସକାଳେ ରୁଙ୍ଗଟା ମାଇନ୍ସର ୮ ଓ ୯ ନମ୍ବର କିଲନ ପ୍ଲାଟଫୋରମରେ ମାଲ ସିଫ୍ଟଙ୍ଗବେଳେ ଉପରୁ ଏକ ବିଶାଳକାୟ ଲୁହIପ୍ଲେଟ ଖସି ପଡିଥିଲା I ଫଳରେ ପ୍ଲେଟ ତଳେ ୨ ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିଲେ I ତୁରନ୍ତ ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା I ଅନ୍ୟ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏଥିସହ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି। ଅଘଟଣରେ ମୃତ୍ୟୁ ବରଣ କରିଥିବା ୨ ମୃତକଙ୍କ ପରିଚୟ ମିଳିନାହିଁ। କଂପାନୀ କର୍ତୁପକ୍ଷ ଓ ପୋଲିସ୍ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଆମୁଲାନ୍ସ୍ ପହଞ୍ଚିଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତାହା ଜଣାପଡ଼ିନାହିଁ। ଅଘଟଣ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

Tags: