ମେଟାଲିକ୍ସ କାରଖାନାରେ ଅଘଟଣ,୨ ମୃତ ୫ ଗୁରୁତର
ଝାରସୁଗୁଡା : ଝାରସୁଗୁଡା ଏମଏସପି ପ୍ଲାଣ୍ଟରେ ଅଘଟଣ । କାମ କରିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା ଲୁହା ଷ୍ଟ୍ରକଚର । ଫଳରେ ଘଟଣା ସ୍ଥଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ ଟା ବେଳେ ପ୍ଲାଣ୍ଟର ବ୍ଲାଷ୍ଟଫର୍ନେସ ନିକଟରେ ଥିବା ବର୍ଣ୍ଣିଫିକେସନ ବା ଲୁହା ପ୍ଲେଟ ଖସି ପଡିବାରୁ ତଳେ ଥିବା କର୍ମଚାରୀ ମାନେ ତା ତଳେ ଚାପି ହୋଇଯାଇଥିଲେ […]
ଝାରସୁଗୁଡା : ଝାରସୁଗୁଡା ଏମଏସପି ପ୍ଲାଣ୍ଟରେ ଅଘଟଣ । କାମ କରିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା ଲୁହା ଷ୍ଟ୍ରକଚର । ଫଳରେ ଘଟଣା ସ୍ଥଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ ଟା ବେଳେ ପ୍ଲାଣ୍ଟର ବ୍ଲାଷ୍ଟଫର୍ନେସ ନିକଟରେ ଥିବା ବର୍ଣ୍ଣିଫିକେସନ ବା ଲୁହା ପ୍ଲେଟ ଖସି ପଡିବାରୁ ତଳେ ଥିବା କର୍ମଚାରୀ ମାନେ ତା ତଳେ ଚାପି ହୋଇଯାଇଥିଲେ । ନିକଟରେ ଥିବା ଅନ୍ୟ କର୍ମଚାରୀ ମାନେ ୫ ଜଣଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଇଥିବାବେଳେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଅଘଟଣ ତାହାର କାରଣ ଜଣାପଡ଼ିନାହିଁ।




