ବରଯାତ୍ରୀ ଶୋଭାଯାତ୍ରା ବେଳେ ଅଘଟଣ,ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଢେଙ୍କାନାଳ : ବାହାଘର ଉତ୍ସବରେ ଖେଳିଗଲା ଶୋକର ଛାୟା । ବଡ଼ ଧୁମଧାମରେ ବିବାହ ପ୍ରୋସେସନ ଗାଡି ନେଇ ବାହାରିଥିଲା ବର । କିନ୍ତୁ ଅଧା ରାସ୍ତାରେ ଘଟିଗଲା ବଡ଼ ଅଘଟଣ । ବରଯାତ୍ରୀ ଡିଜେ ଗାଡିରେ ଲାଗିଗଲା ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର । ବିଦ୍ୟୁତ ସଂସ୍ପର୍ଶରେ ବରଯାତ୍ରୀ ଗାଡ଼ିରେ ଥିବା ୨/୩ ଯୁବକ ଆସିଯାଇଥିଲେ। ଫଳରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। […]

ବରଯାତ୍ରୀ ଶୋଭାଯାତ୍ରା ବେଳେ ଅଘଟଣ,ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ
Samaya Live Picture
Published On

ଢେଙ୍କାନାଳ : ବାହାଘର ଉତ୍ସବରେ ଖେଳିଗଲା ଶୋକର ଛାୟା । ବଡ଼ ଧୁମଧାମରେ ବିବାହ ପ୍ରୋସେସନ ଗାଡି ନେଇ ବାହାରିଥିଲା ବର । କିନ୍ତୁ ଅଧା ରାସ୍ତାରେ ଘଟିଗଲା ବଡ଼ ଅଘଟଣ । ବରଯାତ୍ରୀ ଡିଜେ ଗାଡିରେ ଲାଗିଗଲା ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର । ବିଦ୍ୟୁତ ସଂସ୍ପର୍ଶରେ ବରଯାତ୍ରୀ ଗାଡ଼ିରେ ଥିବା ୨/୩ ଯୁବକ ଆସିଯାଇଥିଲେ। ଫଳରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା କଦଳୀପାଳ ଗ୍ରାମରେ।

ସମସ୍ତ ମୃତାହତଙ୍କୁ ପ୍ରଥମେ ସ୍ଥାନୀୟ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଢେଙ୍କାନାଳ ଡାକ୍ତରଖାନାରେ ମଣ୍ଟୁ ପଲେଇ ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି। ଘଟଣା ପରେ ତୁମୁସିଂହା ଥାନା ପୁଲିସ ଡିଜେ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଢେଙ୍କାନାଳ ସହର ଗୁଡ଼ିଆନାଳୀରୁ ଏକ ବିବାହ ପ୍ରୋସେସନ ତୁମୁସିଂହା ଥାନା ଅନ୍ତର୍ଗତ କଦଳୀପାଳ କନ୍ଧସାହି ଝିଅ ଘରକୁ ଯାଉଥିଲା। ହେଲେ କଦଳୀପାଳଠାରେ ରାସ୍ତା ପାର୍ଶ୍ଵରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାର ଡିଜେ ଗାଡ଼ିରେ ଲାଗିଯାଇଥିଲା। ଫଳରେ ଡିଜେ ଗାଡ଼ି ବିଦ୍ୟୁତ କରେଣ୍ଟରେ ଚାର୍ଜ ହୋଇଯିବାରୁ ଡିଜେ ଗାଡି ଉପରେ ନାଚୁଥିବା କିଛି ଯୁବକ ଆଘାତପ୍ରାପ୍ତ ହୋଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଥିବାବେଳେ ବିବାହ ଉତ୍ସବରେ ଶୋକର ଛାୟା ଖେଳି ଯାଇଛି ।

Tags: