ବାପାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଦୁର୍ଘଟଣାରେ ଆଖିବୁଜିଲେ ପୁଅ-ବୋହୂ
ବୌଦ୍ଧ : ମୃତ୍ୟୁ ହେଉଛି ନିଷ୍ଠୁର ସତ୍ୟ I ଏକା ଥରକେ ଘରୁ ଉଠିଲା ୩ ଟି କୋକେଇ । ବାପାଙ୍କୁ ମୁଖାଗ୍ନି ଦେବା ପୂର୍ବରୁ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଖିବୁଜିଲେ ପୁଅ-ବୋହୂ। ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଏକ କାର ଭଡା କରି ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ାହୋଇଥିବା ଟ୍ରକ ସହ ମୁହାଁମୁଁହି ଧକ୍କା ଦେଇଥିଲା । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ନୂଆପଡ଼ା ନିକଟରେ […]
ବୌଦ୍ଧ : ମୃତ୍ୟୁ ହେଉଛି ନିଷ୍ଠୁର ସତ୍ୟ I ଏକା ଥରକେ ଘରୁ ଉଠିଲା ୩ ଟି କୋକେଇ । ବାପାଙ୍କୁ ମୁଖାଗ୍ନି ଦେବା ପୂର୍ବରୁ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଖିବୁଜିଲେ ପୁଅ-ବୋହୂ। ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଏକ କାର ଭଡା କରି ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ାହୋଇଥିବା ଟ୍ରକ ସହ ମୁହାଁମୁଁହି ଧକ୍କା ଦେଇଥିଲା । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ନୂଆପଡ଼ା ନିକଟରେ । ଘଟଣା ସ୍ଥଳରେ ପତିପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଦମ୍ପତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଅଞ୍ଚଳର ରାଜ କିଶୋର ସାହୁ ଓ ତାଙ୍କ ପତ୍ନୀ ମିନାକ୍ଷୀ ସାହୁ । ଏଭଳି ଦୁଖଦଃ ଖବର ପାଇ ଗଣିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ହାଇସ୍କୁଲରେ ଶିକ୍ଷକତା କରୁଥିଲେ ନୟାଗଡ଼ ଜିଲ୍ଲା ଗଣିଆର ବଲ୍ଲଭ ସାହୁଙ୍କ ପୁଅ ରାଜକିଶୋର ସାହୁ । ବୁଧୁବାର ରାତିରେ ହଠାତ ବାପା ବଲ୍ଲଭ ସାହୁଙ୍କ ମୃତ୍ୟୁ ଖବର ପାଇ କାର ଯୋଗେ ରାଜକିଶୋର ସାହୁ ଓ ପତ୍ନୀ ମିନାକ୍ଷୀ ସାହୁ ନିଜ ଗାଁ ଗଣିଆ ଥାନା ପାଟଣାସାହିକୁ ବାହାରିଥିଲେ । ବିଳମ୍ବିତ ରାତିରେ ବୌଦ୍ଧ ନୂଆପଡ଼ା ଟୋଲ୍ ଗେଟ୍ ନିକଟରେ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଖୁଦ ବୋଝେଇ ଟ୍ରକକୁ ସାମ୍ନା ପଟୁ ତାଙ୍କ କାର୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି ।




