ମର୍ମହୁନ୍ତ ସଡ଼କ ଦୁର୍ଘଟଣା,ବାଇକକୁ ପିଟିଲା ଟ୍ରକ୍
ବାଲୁଗାଁ: ବାଲୁଗାଁ ୫ ନମ୍ବର ଜାତୀୟ ରାଜପଥ ଖଡ଼ିକା ପଲି ଛକରେ ଘଟିଛି ଏକ ମର୍ମହୁନ୍ତ ସଡ଼କ ଦୁର୍ଘଟଣା। ବାଇକକୁ ପିଟିଲା ଅଜଣା ଟ୍ରକ୍। ଦୁଇ ଯୁବକ ମୃତ ଓ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିକୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ବାଲୁଗାଁ ବିଶ୍ୱାଳ ସାହିର ରିତେଶ ବେହେରା ଓ ଗଣେଶ ବାରିକ। ଗୁରୁତର ଜଣଙ୍କ ହେଉଛନ୍ତି ଶଙ୍କର ବେହେରା। ମୃତକ ରିତେଶ ପରିବାର ରାଜରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି। […]
ବାଲୁଗାଁ: ବାଲୁଗାଁ ୫ ନମ୍ବର ଜାତୀୟ ରାଜପଥ ଖଡ଼ିକା ପଲି ଛକରେ ଘଟିଛି ଏକ ମର୍ମହୁନ୍ତ ସଡ଼କ ଦୁର୍ଘଟଣା। ବାଇକକୁ ପିଟିଲା ଅଜଣା ଟ୍ରକ୍। ଦୁଇ ଯୁବକ ମୃତ ଓ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିକୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ବାଲୁଗାଁ ବିଶ୍ୱାଳ ସାହିର ରିତେଶ ବେହେରା ଓ ଗଣେଶ ବାରିକ। ଗୁରୁତର ଜଣଙ୍କ ହେଉଛନ୍ତି ଶଙ୍କର ବେହେରା।
ମୃତକ ରିତେଶ ପରିବାର ରାଜରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ବ୍ରହ୍ମପୁର ଭୁବନେଶ୍ୱର NH ୫ ରାସ୍ତାରେ ଶହ ଶହ ଗାଡି ମୋଟର ଅଟକି ରହିଛି। ସେପଟେ ଗୁରୁତର ଶଙ୍କର ବେହେରା ପରିବାରଙ୍କ ସହିତ ଗ୍ରାମବାସୀ ମେଡିକାଲ ପରିସରରେ ଉତ୍ତେଜନା କରୁଛନ୍ତି। ଘଟଣା ଘଟାଇଥିବା ଗାଡି ଅଟକ ରଖିଥିବାବେଳେ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ବର୍ତମାନ ପ୍ରଶାସନ ରେଡ଼କ୍ରସ ପାଣ୍ଠିରୁ ମୃତକଙ୍କୁ ୧୦ ହଜାର ଲେଖାଏଁ ପ୍ରତିଶୃତି ଦେବାରୁ ରାସ୍ତାରୋକ ହଟିଥିଲା।




