ପିକନିକ ବେଳେ ଦୁର୍ଘଟଣା: କେନ୍ଦୁଘାଟିରେ ଓଲଟିଲା ଭ୍ୟାନ, ଜଣେ ମୃତ, ୧୧ଆହତ
ଗଜପତି:ପିକନିକ ବେଳେ ବଡ ଧରଣର ଦୁର୍ଘଟଣା ଘଟିଛି।ହସଖୁସିରେ ଯାଉଥିଲେ ପିକନିକ।ମଉଜ ମସ୍ତିରେ ସମସ୍ତେ ଥିଲେ। କିନ୍ତୁ ହଠାତ ମାଡି ଆସିଲା ମୃତ୍ୟୁ।ଘଟଣା ଘଟିଛି ଗଜପତି ଜିଲ୍ଲା କେନ୍ଦୁଘାଟିରେ।ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ଭୟାନକ ଦୁର୍ଘଟଣା।ଟ୍ରlଭଲର ଭ୍ୟାନ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି।ମୃତକ ହେଲେ ନୟାଗଡ଼ ଜିଲ୍ଲା ଚାହାଳି ର ସରୋଜିନୀ ବେହେରା। ଆହତଙ୍କ ମଧ୍ୟରେ ୪ ଜଣ ମହିଳା, ୨ ଜଣ ଶିଶୁ ଅଛନ୍ତି।ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା […]
ଗଜପତି:ପିକନିକ ବେଳେ ବଡ ଧରଣର ଦୁର୍ଘଟଣା ଘଟିଛି।ହସଖୁସିରେ ଯାଉଥିଲେ ପିକନିକ।ମଉଜ ମସ୍ତିରେ ସମସ୍ତେ ଥିଲେ। କିନ୍ତୁ ହଠାତ ମାଡି ଆସିଲା ମୃତ୍ୟୁ।ଘଟଣା ଘଟିଛି ଗଜପତି ଜିଲ୍ଲା କେନ୍ଦୁଘାଟିରେ।ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ଭୟାନକ ଦୁର୍ଘଟଣା।ଟ୍ରlଭଲର ଭ୍ୟାନ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି।ମୃତକ ହେଲେ ନୟାଗଡ଼ ଜିଲ୍ଲା ଚାହାଳି ର ସରୋଜିନୀ ବେହେରା। ଆହତଙ୍କ ମଧ୍ୟରେ ୪ ଜଣ ମହିଳା, ୨ ଜଣ ଶିଶୁ ଅଛନ୍ତି।ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।ନୟାଗଡ଼ ଜିଲ୍ଲା ଶରଣକୁଳ ଓ ଚଢ଼େୟାପଲି ଅଞ୍ଚଳର ଗୋଟିଏ ପରିବାରର ୧୪ଜଣ ଏକ ଟ୍ରlଭଲର ରେ ପିକନିକ ପାଇଁ ଭୁବନେଶ୍ୱର ରୁ କୋରାପୁଟ ଯାଉଥିଲେ। ତେବେ ଭୋର ୪ଟାରେ ମୋହନା କେନ୍ଦୁଘାଟିରେ ଭାରସlମ୍ୟ ହରାଇ ଓଲଟି ପଡିଥିଲା। ଗାଡିଟି ୨ ଥର ପଲଟି ଥିବା ଜଣାପଡିଛି। ତେବେ ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଆହତ ଯାତ୍ରୀ କହିଛନ୍ତି।




