ବରଯାତ୍ରୀ ଯିବା ହେଲା କାଳ,ବିଦ୍ୟୁତ ଖୁଣ୍ଟରେ ବାଇକ ପିଟି ହୋଇ ୨ ମୃତ

ଗଞ୍ଜାମ : ହସ ଖୁସି ମଉଜ ମଜଲିସରେ ଯାଇଥିଲେ ବରଯାତ୍ରୀ I କିନ୍ତୁ ଫେରିବା ବାଟରେ ଜଗି ବସିଥିଲା ଯମ I ଏକ ସାଙ୍ଗରେ ଭିଡ଼ିନେଲା ୨ସାଙ୍ଗଙ୍କୁ I ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲେ ୨ ସାଙ୍ଗ I ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଚିକିଲି ରାସ୍ତା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଯାତ୍ରୀରୂ ଫେରିବା ବେଳେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ । ଫଳରେ ଘଟଣାସ୍ଥଳରେ […]

Samaya Live Picture
Published On

ଗଞ୍ଜାମ : ହସ ଖୁସି ମଉଜ ମଜଲିସରେ ଯାଇଥିଲେ ବରଯାତ୍ରୀ I କିନ୍ତୁ ଫେରିବା ବାଟରେ ଜଗି ବସିଥିଲା ଯମ I ଏକ ସାଙ୍ଗରେ ଭିଡ଼ିନେଲା ୨ସାଙ୍ଗଙ୍କୁ I ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲେ ୨ ସାଙ୍ଗ I ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଚିକିଲି ରାସ୍ତା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଯାତ୍ରୀରୂ ଫେରିବା ବେଳେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ । ଫଳରେ ଘଟଣାସ୍ଥଳରେ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ପିଙ୍କୁନ ପ୍ରଧାନ(୧୭) ଓ ଗଣେଶ ପ୍ରଧାନ(୧୮) I ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ବାଣିଆ ଗାଁରୁ ବାହାଘର କାର୍ଯ୍ୟକ୍ରମ ସାରି ନିଜ ଗାଁକୁ ବାଇକ୍‌ରେ ତିନି ସାଙ୍ଗ ଫେରୁଥିଲେ । ହେଲେ ବାଣିଆ ଚିକିଲି ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଏଥିରେ ଗାଡିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

Tags: