ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ନୂତନ ସଭାପତିଙ୍କ ଦାୟୀତ୍ବ ଗ୍ରହଣ
ଭୂବନେଶ୍ବର ,୧୨/୨. ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ନୂତନ ସଭାପତିଭାବେ ଗୋପିନାଥ ନାଏକ ଦାୟିତ୍ବ ଗ୍ରହଣ କରିଛନ୍ତି।ଆଜି ଭୁବନେଶ୍ବର ଗୋଠପାଟଣାଠାରେ ଆୟୋଜିତ ଏକ ସମାବେଶରେ ପୂର୍ବତନ ସଭାପତି ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାସହ ନିରଞ୍ଜନ ନାଏକଙ୍କୁ ଉପସଭାପତିଭାବେ ମନୋନୟନ କରାଯାଇଥିଲା । ଏହି ସଭାରେ ମୂଳ ନିବାସୀ ୟୂନାଇଟେଡ୍ ଫୋରମର ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ସାଧାରଣ ସମ୍ପାଦକ ଅଶୋକ […]
ଭୂବନେଶ୍ବର ,୧୨/୨. ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ନୂତନ ସଭାପତିଭାବେ ଗୋପିନାଥ ନାଏକ ଦାୟିତ୍ବ ଗ୍ରହଣ କରିଛନ୍ତି।ଆଜି ଭୁବନେଶ୍ବର ଗୋଠପାଟଣାଠାରେ ଆୟୋଜିତ ଏକ ସମାବେଶରେ ପୂର୍ବତନ ସଭାପତି ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାସହ ନିରଞ୍ଜନ ନାଏକଙ୍କୁ ଉପସଭାପତିଭାବେ ମନୋନୟନ କରାଯାଇଥିଲା । ଏହି ସଭାରେ ମୂଳ ନିବାସୀ ୟୂନାଇଟେଡ୍ ଫୋରମର ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ ସଭା ପରିଚାଳନା କରିବାସହ ବିଭିନ୍ନ ପ୍ରଗତି ମୂଳକ କାର୍ଯ୍ୟ ମାଧ୍ୟମରେ ସଂଗଠନକୁ ସୁଦୃଢ କରିବା ନିମିତ୍ତ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ।ସମ୍ପାଦକ ଭରତ ନାୟକଙ୍କ ସମେତ ସଦସ୍ୟ ଭ୍ରମରବର ଗୋଛାୟତ, ଶଙ୍କର ନାୟକ, ରାଜକିଶୋର ମୁଦୁଲି, ମନୋଜ ଗୋଛାୟତ, କୁଳମଣି ଗୋଛାୟତ, ସୁରଦଳେଇ, ଦୀପକ ନାୟକ, ଚନ୍ଦନ ନାୟକ, ହରେକୃଷ୍ଣ ଗୋଛାୟତ, ଅମର ନାୟକ, ବିକାଶ ନାୟକ ପ୍ରମୁଖ ବହୁ କର୍ମକର୍ତ୍ତା ଏହି ସମାବେଶରେ ଯୋଗ ଦେଇଥିଲେ। ପରିଷଦର ଉପଦେଷ୍ଟା ଜାପାନୀ ନାୟକ କେତେକ ପ୍ରସ୍ତାବ ଉପସ୍ଥାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ।




