ଏସି ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ସ୍ତ୍ରୀ ମୃତ,ସ୍ୱାମୀ ଗୁରୁତର
ବ୍ରହ୍ମପୁର : ରାତିରେ ଘରେ ଶୋଇଥିବା ଅବସ୍ଥାରେ ଘଟିଗଲା ଭୟଙ୍କର ଅଗ୍ନିକାଣ୍ଡ I ଏଥିରେ ଶ୍ବାସରୁଦ୍ଧ ହୋଇ ସ୍ୱାମୀ ଗୁରୁତର ହୋଇ ପଡିଥିବା ବେଳେ ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଛି I ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ I ଘରେ ଏସି ସଟସର୍କିଟ୍ରୁ ଘଟି ଯାଇଛି ଭୟଙ୍କର ଅଗ୍ନିକାଣ୍ଡ I ମୃତା ମହିଳା ଜଣକ ହେଲେ ଉତ୍ତରା ସାହୁ । ତାଙ୍କ ସ୍ୱାମୀ ପ୍ରଭାକର ସାହୁଙ୍କ […]
ବ୍ରହ୍ମପୁର : ରାତିରେ ଘରେ ଶୋଇଥିବା ଅବସ୍ଥାରେ ଘଟିଗଲା ଭୟଙ୍କର ଅଗ୍ନିକାଣ୍ଡ I ଏଥିରେ ଶ୍ବାସରୁଦ୍ଧ ହୋଇ ସ୍ୱାମୀ ଗୁରୁତର ହୋଇ ପଡିଥିବା ବେଳେ ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଛି I ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ I ଘରେ ଏସି ସଟସର୍କିଟ୍ରୁ ଘଟି ଯାଇଛି ଭୟଙ୍କର ଅଗ୍ନିକାଣ୍ଡ I ମୃତା ମହିଳା ଜଣକ ହେଲେ ଉତ୍ତରା ସାହୁ । ତାଙ୍କ ସ୍ୱାମୀ ପ୍ରଭାକର ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କର ଏକମାତ୍ର ପୁତ୍ର ବାହାରେ ରହି ଚାକିରୀ କରୁଥିବା ଜଣା ପଡିଛି I
ସୂଚନାନୁସାରେ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ରୋଡ଼ ବ୍ରଜନଗରରେ ଘରେ ପ୍ରଥମ ମହଲାରେ ପ୍ରଭାକର ସାହୁ ଓ ପତ୍ନୀ ଉତ୍ତରା ସାହୁ ରହୁଥିଲେ I ବିଳମ୍ବିତ ରାତିରେ ବୃଦ୍ଧ ଦଂପନ୍ତି ଶୋଇଥିବା ବେଳେ ହଠାତ ଏସି ରୁ ସର୍ଟ ସର୍କିଟ ହୋଇ ଘରେ ନିଆଁ ଲାଗିଯାଇଥିଲା I ଏହି ଘଟଣା ଘରର ତଳ ମହଲାରେ ଫ୍ୟାନ୍ ମରାମତି କରୁଥିବା ଅରୁଣ କୁମାର ବେହେରା ଉପର ମହଲାରୁ ଧୂଆଁ ଆସୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକଙ୍କ ସହାୟତାରେ ଉପର ମହଲାକୁ ଯାଇ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲା। ଏଥିରେ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର ହୋଇଥିଲେ। ସ୍ବାମୀ ପ୍ରଭାକର ସାହୁ ନିଆଁ ଧୂଆଁରେ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ବେଳେ ପତ୍ନୀ ଉତ୍ତରା ସାହୁଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ଉଭୟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼କାଲ ପଠାଇଥିଲା । ତେବେ ସ୍ତ୍ରୀ ଉତ୍ତରାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ବେଳେ ତାଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଏସିରେ ସର୍ଟସର୍କିଟ ଘଟି ସେହି କୋଠରିରେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ।




