ସରକାରଙ୍କୁ ଘେରିଲେ ଏବିଭିପି ଛାତ୍ର ସଂଗଠନ
ଭୁବନେଶ୍ୱର : ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏନେଇ ଭୁବନେଶ୍ୱରରେ ବିରୋଧୀ ବିଜେଡି ଦଳ ସମେତ ଅନ୍ୟ ବିରୋଧୀ ଦଳ ଗୁଡିକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେହିପରି ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ରାଜଧାନୀର ବାଣୀବିହାରରେ ପ୍ରତିବାଦ କରାଯାଇଛି। ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ ବୋଲି ଏବିଭିପି ଦାବି କରିଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଇନଯୁକ୍ତ ସ୍ଥାୟୀ ICC ଗଠନ ଦାବି କରିବା ସହ […]
ଭୁବନେଶ୍ୱର : ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏନେଇ ଭୁବନେଶ୍ୱରରେ ବିରୋଧୀ ବିଜେଡି ଦଳ ସମେତ ଅନ୍ୟ ବିରୋଧୀ ଦଳ ଗୁଡିକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେହିପରି ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ରାଜଧାନୀର ବାଣୀବିହାରରେ ପ୍ରତିବାଦ କରାଯାଇଛି। ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ ବୋଲି ଏବିଭିପି ଦାବି କରିଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଇନଯୁକ୍ତ ସ୍ଥାୟୀ ICC ଗଠନ ଦାବି କରିବା ସହ ସୌମ୍ୟାଶ୍ରୀଙ୍କୁ ଆତ୍ମଦାହବେଳେ ଉସୁକାଉଥିବା ଦୁଇ ଛାତ୍ର କଂଗ୍ରେସ ନେତାଙ୍କ ଗିରଫ ଦାବ କରିଛି।
ଛାତ୍ର କଂଗ୍ରେସର କିଛି ନେତା ପୀଡ଼ିତାଙ୍କୁ ସୋସିଆଲ ମିଡିଆରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇଥିବା ଦେଖିବାକୁ ମିଳିଛି। ସେହି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ବି ହୋଇଛି।




