ଛାତ୍ରୀଙ୍କୁ ଅସଦବ୍ୟବହାର,କେନ୍ଦ୍ରୀୟବିଦ୍ୟାଳୟ ଶିକ୍ଷକ ଅଟକ
ସମ୍ବଲପୁର : ଶିକ୍ଷା ମନ୍ଦିରରେ ଲାଗିଲା କଳଙ୍କ I ଛାତ୍ରୀଙ୍କୁ ଅସଦବ୍ୟବହାର ଅଭିଯୋଗପରେ ଥାନାରେ ଶିକ୍ଷକ I ଛାତ୍ରୀଙ୍କୁ ଆଙ୍କରିଂ ଶିଖାଉଥିବାବେଳେ କ୍ଲାସରୁମ ଭିତରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଥିଲେ ଛାତ୍ରୀ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ I ଏନେଇ ଆଜି ଅଭିଭାବକ ସଂଘ ଘଟଣା ସମ୍ପର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇ ଥିଲେ । ସେପଟେ […]
ସମ୍ବଲପୁର : ଶିକ୍ଷା ମନ୍ଦିରରେ ଲାଗିଲା କଳଙ୍କ I ଛାତ୍ରୀଙ୍କୁ ଅସଦବ୍ୟବହାର ଅଭିଯୋଗପରେ ଥାନାରେ ଶିକ୍ଷକ I ଛାତ୍ରୀଙ୍କୁ ଆଙ୍କରିଂ ଶିଖାଉଥିବାବେଳେ କ୍ଲାସରୁମ ଭିତରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଥିଲେ ଛାତ୍ରୀ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ I ଏନେଇ ଆଜି ଅଭିଭାବକ ସଂଘ ଘଟଣା ସମ୍ପର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇ ଥିଲେ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଏହି ମାମଲାରେ ଇଂରାଜୀ ଶିକ୍ଷକ ଅରୁଣ ଯୋଶୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତେବେ ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ଅଭିଯୋଗ ଅନୁଯାୟୀ, ଗତ ଦୁଇ ଦିନ ପୂର୍ବରୁ ସ୍କୁଲର ବାର୍ଷିକ ଉତ୍ସବ ସମୟରେ କିଛି ଛାତ୍ରୀଙ୍କୁ ଉପସ୍ଥାପନା(ଆଙ୍କରିଂ) ଶିଖେଇବା ଲାଗି ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଶୀ ଡାକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କ୍ଲାସ ଭିତରେ ଅସଦବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ ଛାତ୍ରୀ ଜଣକ Iଏସମ୍ପର୍କରେ ପୀଡିତା ଛାତ୍ରୀ ପ୍ରଥମେ ସ୍କୁଲ ଶିକ୍ଷକ ଓ ପରେ ଘରେ ଯାଇ ପିତାମାତାଙ୍କୁ ଏ ବିଷୟରେ କହିଥିଲେ I ଆଜି ଅଭିଭାବକ ସଂଘ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା କରିବାରୁ ସ୍କୁଲ ଅଧ୍ୟକ୍ଷଙ୍କ ଲିଖିତ ଅଭିଯୋଗ ଆଧାରରେ ବରେଇପାଲି ଥାନା ପୁଲିସ ଇଂରାଜି ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ଉଠାଇଆଣି ଥାନାରେ ଅଟକ ରଖି ପଚରାଉଚରା କରିଛି।




