କୋଷ୍ଟଗାର୍ଡ ଡ଼ିଆଇଜିଙ୍କୁ ନିଶାସକ୍ତ ଯୁବକଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର : ଭାରତୀୟ କୋଷ୍ଟଗାର୍ଡ ଡ଼ିଆଇଜିଙ୍କୁ ରାସ୍ତା ମଝିରେ ଦୁର୍ବ୍ୟବହାର । କଳିଙ୍ଗ ଷ୍ଟାଡିଅମ ନିକଟରେ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍.ଦାସ ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ୨ ମଦ୍ୟପ ଯୁବକ । ଗତ ରାତିରେ ନୟାପଲ୍ଲୀ ଅଞ୍ଚଳରୁ ସପିଂ ସାରି ଫେରୁଥିବାବେଳେ କଳିଙ୍ଗ ଷ୍ଟାଡିୟମ ନିକଟରେ ୟୁ-ଟର୍ଣ୍ଣ ନେବା ସମୟରେ ସାଇଡ୍‌ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ କରିଥିଲେ ଉପୁଜିଥିଲା । ଏପରିକି ବାଇରେ ଯାଉଥିବା ନିଶାସକ୍ତ ଯୁବକମାନେ କାରରେ ବସିଥିବା ଡ଼ିଆଇଜିଙ୍କ ପତ୍ନୀଙ୍କୁ ମଧ୍ୟ ଦୁର୍ବ୍ୟବହାର […]

Samaya Live Picture
Published On

ଭୁବନେଶ୍ୱର : ଭାରତୀୟ କୋଷ୍ଟଗାର୍ଡ ଡ଼ିଆଇଜିଙ୍କୁ ରାସ୍ତା ମଝିରେ ଦୁର୍ବ୍ୟବହାର । କଳିଙ୍ଗ ଷ୍ଟାଡିଅମ ନିକଟରେ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍.ଦାସ ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ୨ ମଦ୍ୟପ ଯୁବକ । ଗତ ରାତିରେ ନୟାପଲ୍ଲୀ ଅଞ୍ଚଳରୁ ସପିଂ ସାରି ଫେରୁଥିବାବେଳେ କଳିଙ୍ଗ ଷ୍ଟାଡିୟମ ନିକଟରେ ୟୁ-ଟର୍ଣ୍ଣ ନେବା ସମୟରେ ସାଇଡ୍‌ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ କରିଥିଲେ ଉପୁଜିଥିଲା । ଏପରିକି ବାଇରେ ଯାଉଥିବା ନିଶାସକ୍ତ ଯୁବକମାନେ କାରରେ ବସିଥିବା ଡ଼ିଆଇଜିଙ୍କ ପତ୍ନୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ । ଏନେଇ ଡିଆଇଜି ନୂଆପଲ୍ଲୀ ଥାନାରେ ଲିଖିତ ଅଭି‌ଯୋଗ କରିଛନ୍ତି। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Tags: