ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି,ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର
ଭୁବନେଶ୍ୱର : ସଂଗୀତ ଜଗତ ପାଇଁ ଆଶ୍ବସ୍ତିକର ଖବର । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିଶିଷ୍ଟ ଗାୟକ ତଥା ନିର୍ଦେଶକ ଅଭିଜିତ ମଜୁମଦାର । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଛି । ଭୁବନେଶ୍ଵର ଏମସ ହସ୍ପିଟାଲର ଭେଣ୍ଟିଲେଟରରୁ ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି । ଅଭିଜିତଙ୍କ ଫୁସଫୁସ୍ ସଂକ୍ରମଣରେ ସୁଧାର ଆସିଛି। ନିମୋନିଆରେ ସୁଧାର ଆସିଛି । ପୁଣି ଥରେ ବ୍ରେନ୍ MRI ହୋଇଛି । ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗର ଟେଷ୍ଟ ରିପୋର୍ଟ ସ୍ଵାଭାବିକ ଥିଲେ […]
ଭୁବନେଶ୍ୱର : ସଂଗୀତ ଜଗତ ପାଇଁ ଆଶ୍ବସ୍ତିକର ଖବର । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିଶିଷ୍ଟ ଗାୟକ ତଥା ନିର୍ଦେଶକ ଅଭିଜିତ ମଜୁମଦାର । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଛି । ଭୁବନେଶ୍ଵର ଏମସ ହସ୍ପିଟାଲର ଭେଣ୍ଟିଲେଟରରୁ ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି । ଅଭିଜିତଙ୍କ ଫୁସଫୁସ୍ ସଂକ୍ରମଣରେ ସୁଧାର ଆସିଛି। ନିମୋନିଆରେ ସୁଧାର ଆସିଛି । ପୁଣି ଥରେ ବ୍ରେନ୍ MRI ହୋଇଛି । ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗର ଟେଷ୍ଟ ରିପୋର୍ଟ ସ୍ଵାଭାବିକ ଥିଲେ ବି ମସ୍ତିଷ୍କ ଓ ସ୍ନାୟବିକ ସ୍ଥିତି କିନ୍ତୁ ଅପରିବର୍ତ୍ତିତ ରହିଛି ବୋଲି ଏମସ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଏମସରେ ସଂଗୀତକାର ଅଭିଜିତ ମଜୁମଦାରଙ୍କ ଚିକିତ୍ସା ଜାରି ରହିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ପ୍ରଥମେ ତାଙ୍କୁ କଟକରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା। ଅଭିଜିତଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ପରେ ପ୍ରଶଂସକଙ୍କ ମହଲରେ ଉତ୍ସାହ ଦେଖାଦେଇଛି।




