କାର୍ତ୍ତିକରେ ଆକାଶ ଛୁଆଁ ହେଲା ଅବଢ଼ା ଦର,ଭକ୍ତ ମହଲରେ ଅସନ୍ତୋଷ
ପୁରୀ : ବର୍ତ୍ତମାନ ଚାଲିଛି ପବିତ୍ର ଧର୍ମମାସ କାର୍ତିକ I କରୋନା ଯୋଗୁଁ ୨ ବର୍ଷ ବନ୍ଦ ରହିବା ପରେ ଏବର୍ଷ ପୁରୀରେ ହବିଷ୍ୟାଳି ମାନଙ୍କ ନାହିଁ ନଥିବା ଭିଡ଼ ଦେଖାଦେଇଛି I ସେହିପରି ସାଧାରଣ ଲୋକେ ମଧ୍ୟ ଅନ୍ୟଦିନ ଅପେକ୍ଷା କାର୍ତିକ ମାସରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି I ଠାକୁର ଦର୍ଶନ ସାରି ଆନନ୍ଦ ବଜାରରେ ଅବଢ଼ା ଟିକିଏ ଖାଇ ପରିବାର ପାଇଁ ମଧ୍ୟ ନେଇ ଯାଇଥାନ୍ତି I କିନ୍ତୁ ଏ ବର୍ଷ […]
ପୁରୀ : ବର୍ତ୍ତମାନ ଚାଲିଛି ପବିତ୍ର ଧର୍ମମାସ କାର୍ତିକ I କରୋନା ଯୋଗୁଁ ୨ ବର୍ଷ ବନ୍ଦ ରହିବା ପରେ ଏବର୍ଷ ପୁରୀରେ ହବିଷ୍ୟାଳି ମାନଙ୍କ ନାହିଁ ନଥିବା ଭିଡ଼ ଦେଖାଦେଇଛି I ସେହିପରି ସାଧାରଣ ଲୋକେ ମଧ୍ୟ ଅନ୍ୟଦିନ ଅପେକ୍ଷା କାର୍ତିକ ମାସରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି I ଠାକୁର ଦର୍ଶନ ସାରି ଆନନ୍ଦ ବଜାରରେ ଅବଢ଼ା ଟିକିଏ ଖାଇ ପରିବାର ପାଇଁ ମଧ୍ୟ ନେଇ ଯାଇଥାନ୍ତି I କିନ୍ତୁ ଏ ବର୍ଷ ଅବଢ଼ା ର ଆକାଶ ଛୁଆଁ ଦର ବୃଦ୍ଧି ହେତୁ ଭକ୍ତ ମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି I ଗତମାସରେ ଯେଉଁ ଅବଢ଼ା ଦର ୧୦୦ ଟଙ୍କା ଥିଲା, ଏବେ ତାହା ୨୦୦ ଟଙ୍କା। ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି। ବଡ଼ବଡ଼ିଆଙ୍କ କଥା ଅଲଗା,ସାଧାରଣ ପରିବାରରୁ ୮ରୁ ୧୦ ସଦସ୍ୟ ଯଦି ଅବଢ଼ା ଖାଇବାକୁ ଇଚ୍ଛା କରନ୍ତି, ଏଥିପାଇଁ ପ୍ରାୟ ଦେଢ଼ ହଜାର ଟଙ୍କା ପଡ଼ିଯାଉଛି।
ସୂଚନା ଅନୁସାରେ, ଯେଉଁ ଜିରା ରାଇସ୍ ବାଇହାଣ୍ଡି ପୂର୍ବରୁ ୫ରୁ ୬ଶହ ଟଙ୍କାରେ ବିକ୍ରି ହେଉଥିଲା ଏବେ ତା’ ଦର ୮ ଶହ ପାଖାପାଖି। ସେମିତି ଶହେ ଟଙ୍କିଆ ଡାଲି କୁଡୁଆଟେ ଦେଢ଼ ଶହ ନହେଲେ ୨୦୦ ଟଙ୍କା ପଡୁଛି। ତରକାରୀ, ବେସର, ମହୁର, ଶାଗ ସବୁ ସାଧାରଣ କୁଡୁଆ ପିଛା ଦର ୪୦ରୁ ୫୦ ଟଙ୍କା ଉଚ୍ଚା। ଦୈନିକ ପ୍ରାୟ ୨୦ ହଜାର ଲୋକଙ୍କ ପାଇଁ ଆନନ୍ଦ ବଜାରରେ ଅବଢ଼ା ବିକ୍ରି ହେଉଛି। କିନ୍ତୁ ୪ବର୍ଷ ତଳୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଯାଏଁ ପ୍ରଶାସନ ପକ୍ଷରୁ ସୁଲଭ ଦରରେ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ଯୋଗାଇ ଦେବା ନିମନ୍ତେ ଲାଗି ପାରିଲାନି ରେଟ୍ ଚାଟ୍। ଯାହାକୁ ନେଇ ବଢୁଛି ଭକ୍ତଙ୍କ ଅସନ୍ତୋଷ।




