କେବଳ ସୂପକାର ବିକ୍ରି କରିବେ ଅବଢ଼ା
ପୁରୀ: ଆନନ୍ଦ ବଜାରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। କେବଳ ସୂପକାର ସେବକମାନେ ହିଁ ମହାପ୍ରସାଦ ବିକ୍ରି କରିବେ। ଅବଢ଼ା ବିକ୍ରି ହେଉଥିବା କୌଣସି ଦୋକାନରେ ଅଣସୂପକାର ରହିବେ ନାହିଁ। ଅଣସେବାୟତ ଅବଢ଼ା ବିକିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଆର-ମହାସୁଆର ନିଯୋଗ କର୍ମକର୍ତ୍ତା ଯୋଗଦେଇ […]
ପୁରୀ: ଆନନ୍ଦ ବଜାରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। କେବଳ ସୂପକାର ସେବକମାନେ ହିଁ ମହାପ୍ରସାଦ ବିକ୍ରି କରିବେ। ଅବଢ଼ା ବିକ୍ରି ହେଉଥିବା କୌଣସି ଦୋକାନରେ ଅଣସୂପକାର ରହିବେ ନାହିଁ। ଅଣସେବାୟତ ଅବଢ଼ା ବିକିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଆର-ମହାସୁଆର ନିଯୋଗ କର୍ମକର୍ତ୍ତା ଯୋଗଦେଇ ଆଲୋଚନା କରିଥିଲେ। ଏଥିରେ କେତେକ ନିଷ୍ପତ୍ତି ନିଆଯାଇଥିବା ବେଳେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଅଣସୂପକାର ଅବଢ଼ା ବିକିବା ଫଳରେ ଆନନ୍ଦ ବଜାରରେ ବିଶୃଙ୍ଖଳା ବଢ଼ିବାରେ ଲାଗିଛି । ସେଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ସୁଆର ସେବକଙ୍କୁ ଚିହ୍ନଟ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯିବ। ଯଦି କେହି ଅଣସୁଆରଙ୍କୁ ରଖନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଅବଢ଼ା ବିକ୍ରି କରୁଥିବା ସୂପକାରଙ୍କ ଏକ ତାଲିକା କରାଯିବ। ଅଧିକୃତ ସେବାୟତଙ୍କୁ ଷ୍ଟଲ ନମ୍ବର ପକାଯାଇ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କ ଯିବା ଆସିବା ବାଟରେ ବସି କେହି ଅବଢ଼ା ବିକ୍ରି କରିପାରିବେ ନାହିଁ। ରୋଷଘରେ ପ୍ରସ୍ତୁତ ମହାପ୍ରସାଦ, ଶୁଖିଲି ଭୋଗ ଛଡ଼ା ବାହାର ଜିନିଷ ଆନନ୍ଦ ବଜାରରେ କେହି ବିକିବେ ନାହିଁ।




