ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା

ଭୁବନେଶ୍ୱର : ବଦଳିଲା ପୁର୍ବ ସରକାରଙ୍କ ସ୍କୁଟି ଯୋଜନା ରୂପରେଖ । ରାଜ୍ୟ ସରକାର ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି’ଆମ ସୁବାହକ’ଯୋଜନା । ମହିଳାଙ୍କୁ ସଶକ୍ତ କରାଇବା ପାଇଁ ସ୍କୁଟି ବଦଳରେ ଯୋଗାଇଦେବେ କାର । ସେଥିପାଇଁ ‘ସୁଭଦ୍ରା’ହିତାଧିକାରୀ ଏବଂ ଏସଏଚଜି ମହିଳାଙ୍କୁ ଦିଆଯିବ ଅଗ୍ରାଧିକାର । ଜଣ ପ୍ରତି ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବେ ରାଜ୍ୟ ସରକାର । ୨୧ରୁ ୪୦ ବର୍ଷର ମହିଳାଙ୍କୁ ମିଳିବ ସୁଯୋଗ । ଗାଡ଼ି କିଣିବାର ୩ ମାସ […]

ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା
Samaya Live Picture
Published On

ଭୁବନେଶ୍ୱର : ବଦଳିଲା ପୁର୍ବ ସରକାରଙ୍କ ସ୍କୁଟି ଯୋଜନା ରୂପରେଖ । ରାଜ୍ୟ ସରକାର ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି’ଆମ ସୁବାହକ’ଯୋଜନା । ମହିଳାଙ୍କୁ ସଶକ୍ତ କରାଇବା ପାଇଁ ସ୍କୁଟି ବଦଳରେ ଯୋଗାଇଦେବେ କାର । ସେଥିପାଇଁ ‘ସୁଭଦ୍ରା’ହିତାଧିକାରୀ ଏବଂ ଏସଏଚଜି ମହିଳାଙ୍କୁ ଦିଆଯିବ ଅଗ୍ରାଧିକାର । ଜଣ ପ୍ରତି ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବେ ରାଜ୍ୟ ସରକାର ।

୨୧ରୁ ୪୦ ବର୍ଷର ମହିଳାଙ୍କୁ ମିଳିବ ସୁଯୋଗ । ଗାଡ଼ି କିଣିବାର ୩ ମାସ ପରେ ଆରମ୍ଭ ହେବ ଋଣ ପରିଶୋଧ ପ୍ରକ୍ରିୟା । ସୁଧ ବାଣିଜ୍ୟ ଓ ପରିବହନ ବିଭାଗ ସୁଝିବ । ଗାଡ଼ି ଚାଳକଙ୍କ ବୀମା ବାବଦରେ ୧ ହଜାର ଟଙ୍କା ଦେବେ ସରକାର ।

୪ ବର୍ଷରେ ୧୧୦୦ ମହିଳାଙ୍କୁ ଦିଆଯିବ କାର । ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଜଣଙ୍କୁ ଏବଂ ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ ଦିଆଯିବ ଗାଡ଼ି । ଇଭି ଗାଡ଼ି କିଣିଲେ ଅଧିକ ୨ ଲକ୍ଷ ଟଙ୍କା ମିଳିବ ପ୍ରୋତ୍ସାହନ ରାଶି ।

ଗାଡ଼ି ନେବାବେଳେ ୧ଲକ୍ଷ ଟଙ୍କା ଦେବେ ମହିଳା । ବାକି ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆକାରରେ ମିଳିବ । ଗାଡ଼ି କିଣିବା ବାବଦରେ ଖର୍ଚ୍ଚ ହେବ ୧୧୦ କୋଟି । ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେବା ପାଇଁ ଗଠନ ହେବ ଷ୍ଟିୟରିଂ କମିଟି । ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଷ୍ଟିୟରିଂ କମିଟି । ପ୍ରତି ୩ ମାସରେ ଥରେ ମହିଳାଙ୍କ ଆୟର ହିସାବ କରିବେ ସରକାର । ଏବେ ସୁଦ୍ଧା ୬୨୧୬ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇଛନ୍ତି , ୪ଟି ଡ୍ରାଇଭିଂ ପ୍ରତିଷ୍ଠାନରେ ହୋଇଛି ଟ୍ରେନିଂ ।

Tags: