‘ଆମ ପୋଖରୀ’ ଯୋଜନା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘ଆମ ପୋଖରୀ’ ଯୋଜନା ଶୁଭାରମ୍ଭ କରିଛନ୍ତି। ଲୋକସେବା ଭବନର କନଭେନସନ୍ ସେଣ୍ଟରର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ରହିଛି। ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ହଜାର ବୃହତ୍‍ ଜଳାଶୟଗୁଡ଼ିକର ଏହି ଯୋଜନାରେ ନବୀକରଣ କରାଯିବ । ମିଶନଶକ୍ତିର ସଦସ୍ୟାମାନେ ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛନ୍ତି । ଅବସର ସମୟରେ ଜନସାଧାରଣଙ୍କ ମନୋରଞ୍ଜନ […]

Samaya Live Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘ଆମ ପୋଖରୀ’ ଯୋଜନା ଶୁଭାରମ୍ଭ କରିଛନ୍ତି। ଲୋକସେବା ଭବନର କନଭେନସନ୍ ସେଣ୍ଟରର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ରହିଛି।

ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ହଜାର ବୃହତ୍‍ ଜଳାଶୟଗୁଡ଼ିକର ଏହି ଯୋଜନାରେ ନବୀକରଣ କରାଯିବ । ମିଶନଶକ୍ତିର ସଦସ୍ୟାମାନେ ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛନ୍ତି । ଅବସର ସମୟରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ପୋଖରୀର ଚାରିପଟେ ସୌନ୍ଦର୍ଯ୍ୟକରଣ କରାଯିବ। ମିଶନ ଶକ୍ତି ମହିଳାଙ୍କ ସହ ସହଭାଗିତାରେ ପ୍ରକଳ୍ପ ଗୁଡିକର ନବୀକରଣ ଏବଂ ରକ୍ଷଣାବେକ୍ଷଣ କରାଯିବ। ପ୍ରାକୃତିକ ଉପାୟରେ ଉପକୂଳ ପରିବେଶ ଓ ସହରାଞ୍ଚଳରେ ପାରିପାର୍ଶ୍ୱିକ ସ୍ଥିତିରେ ପରିବର୍ତ୍ତନ କରାଯିବ।

Tags: